ପ୍ରତାରଣ ଅଭିଯୋଗରେ କୃଷି ଅଧିକାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ପ୍ରତାରଣ ଅଭିଯୋଗରେ କୃଷି ଅଧିକାରୀ ଗିରଫ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତିଶ୍ରୁତି ପାଳନ ନକରିବା ଅଭିଯୋଗରେ ଜଣେ କୃଷି ଅଧିକାରୀଙ୍କୁ ପୁଲିସ୍‌ ବିରଫ କରି କୋର୍ଟ ଚାଲାଣ କରିଛି। ଘଟଣାଟି ଟିଟିଲାଗଡ଼ରର ସଇଁତଳା ବ୍ଲକ୍‌ରେ ଘଟିଛି। ଅଭିଯୁକ୍ତ ଜଣଙ୍କ ହେଲେ ସଇଁତଳା ବ୍ଲକ ଆସିଷ୍ଟାଣ୍ଡ କୃଷି ଅଧିକାରୀ ଦିଲୀପ କୁମାର ମାଝି।

ଅଭିଯୋଗ ଅନୁସାରେ, ଜଣେ ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦିଲୀପ ଦୀର୍ଘଦିନ ହେବ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ସେ ବିବାହ କରୁ ନଥିବାରୁ ମହିଳା ଜଣଙ୍କ ସଇଁତଳା ଥାନାର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଦିଲୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି।

ତେବେ ଶାରୀରିକ ସମ୍ପର୍କ ଅଭିଯୋଗକୁ ଦିଲୀପ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୁଁ ବିବାହ ପ୍ରତିଶ୍ରୁତି ଦେଇଛି। ଘରେ କିଛି ସମସ୍ୟା ଥିବାରୁ ବିବାହରେ ଡେରି ହେଉଛି।”

ତେବେ ନେଇ ପୁଲିସ୍‌ର ମତାମତ ମିଳିପାରିନାହିଁ।



from Odisha Reporter https://ift.tt/2IRveZU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages