ବାୟୁସେନା ନିଶ୍ଚିତ କଲା, ଅଭିନନ୍ଦନ ହିଁ ପାକ୍‌ର ଏଫ୍‌-୧୬କୁ ଖସାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ବାୟୁସେନା ନିଶ୍ଚିତ କଲା, ଅଭିନନ୍ଦନ ହିଁ ପାକ୍‌ର ଏଫ୍‌-୧୬କୁ ଖସାଇଥିଲେ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ହିଁ ଫେବୃଆରୀ ୨୭ରେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ନିଶ୍ଚିତ କରିଛି।

ଅଭିନନ୍ଦନ ସେଦିନ ମିଗ୍‌-୨୧ ବିସୋନ ଚଳାଉଥିଲେ। ଏହି ସମୟରେ ପାକ୍‌ ଏଫ୍‌-୧୬ରୁ ଆମ୍ରାମ୍‌ ମାଡ଼ କରାଯାଇଥିଲା। ଏହା ଅଭିନନ୍ଦନଙ୍କ ମିଗ୍‌-୨୧ ବିସୋନରେ ମାଡ଼ ହେବା ପୂର୍ବରୁ ସେ ଏଫ୍‌-୧୬କୁ ଆର୍‌-୭୩ ମିସାଇଲ୍‌ ମାଡ଼ କରିଥିଲେ। ଏହାପରେ ଅଭିନନ୍ଦନ ଚଳାଉଥିବା ମିଗ୍-୨୧ଟି ପିଓକେରେ ଖସି ପଡ଼ିଥିଲା ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ତେବେ ସେତେବେଳକୁ ପାକ୍‌ ଏଫ୍‌-୧୬ ଯୁଦ୍ଧ ବିମାନ ଧ୍ୱଂସ ହୋଇଯାଇଥିଲା।

ପାକିସ୍ତାନ ବାରମ୍ବାର ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିନାହିଁ ବୋଲି କହୁଥିଲେ ହେଁ ଆଜି ବାୟୁସେନା ସବୁ ଗୁମର ଖୋଲି ଦେଇଛି।

ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୨୭ରେ ଭାରତ ଓ ପାକିସ୍ତାନ ଯୁଦ୍ଧ ବିମାନ ଆକାଶ ପଥରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଭାରତ ପକ୍ଷରୁ କେବଳ ଅଭିନନ୍ଦନ ହିଁ ମିସାଇଲ୍‌ ମାଡ଼ କରିଥିଲେ। ଆଉ କୌଣସି ଭାରତୀୟ ଯୁଦ୍ଧ ବିମାନ ଗୁଳି କିମ୍ବା ମିସାଇଲ୍‌ ମାଡ଼ କରିନାହାନ୍ତି।

ପାକିସ୍ତାନ ଯୁଦ୍ଧ ବିମାନ ଅଭିନନ୍ଦନ ମିଗ୍‌-୨୧କୁ ହିଟ୍‌ କରିବା ପୂର୍ବରୁ ଏଥିରେ ଲାଗିଥିବା ରେଡିଓ ଟ୍ରାନ୍ସମିଶନ୍‌ରେ ଏଫ୍‌-୧୬କୁ ମିସାଇଲ୍‌ ମାଡ଼ ହୋଇଥିବା ଘଟଣା ରେକର୍ଡ ହୋଇଥିଲା।

ଅଭିନନ୍ଦନ ପାକ୍‌ ଜେଟ୍‌କୁ ଖସାଇବା ପରେ ପିଓକେକୁ ଚାଲି ଯାଇଥିଲେ। ଏହାପରେ ସେଠାରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ତେବେ ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା।



from Odisha Reporter https://ift.tt/2EQchTj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages