ଦମ୍ ଦେଖାଇଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଦମ୍ ଦେଖାଇଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଆନୁଷ୍ଠାନିକ ଭାବେ ୪ତାରିଖରେ ବିଜେପିରେ ସାମିଲ ହେବାପରେ ଆଜି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ବୈଜୟନ୍ତଙ୍କୁ ସ୍ୱାଗତ ପାଇଁ ତାଙ୍କ ସମର୍ଥକ ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହାସହିତ ସମର୍ଥକଙ୍କ ଗହଣରେ ଥାଇ ବୈଜୟନ୍ତ ନିଜର ଦମ୍ ମଧ୍ୟ ଦେଖାଇଛନ୍ତି।

ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ୨୦ମିନିଟ୍ ବିଳମ୍ବରେ ଶ୍ରୀ ପଣ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା। କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଆସିଥିବା ବିଶାଳ ଜନସମୁଦ୍ର ଭୁବନେଶ୍ୱର ବିମାନ ବନ୍ଦରରେ ବୈଜୟନ୍ତ ପଣ୍ଡା ଜିନ୍ଦାବାଦ, ବିଜେପି ଜିନ୍ଦାବାଦ ସ୍ଲୋଗାନରେ ତାଙ୍କୁ ସ୍ଵାଗତ କରିଥିଲେ।

ବୈଜୟନ୍ତଙ୍କୁ ବିମାନ ବନ୍ଦରରେ ତାଙ୍କ ସମର୍ଥକମାନେ ଉଛ୍ୱସିତ ସମ୍ବର୍ଦ୍ଧନା ଦେବା ପରେ ଏକ ବିଶାଳ ବାଇକ ରାଲିରେ ତାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଛି । ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଓ ଭୁବନେଶ୍ୱରର ବିଜେପି ନେତା ଦିଲ୍ଲୀପ ମହାନ୍ତି ଓ ଅମୀୟ ଦାସ ପ୍ରମୁଖ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରଥମେ ଏକ ଖୋଲା କାର ଓ ପରେ ଜିପରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଛି। ବିଭିନ୍ନ ଜିଲ୍ଲାରୁ ଆସିଥିବା ବୈଜୟନ୍ତଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ସହ ରାଲିରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି। ସେଠାରେ ମଧ୍ୟ ତାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଛି। ସେଠାରେ ବୈଜୟନ୍ତ ନିଜର ଅଭିଭାଷଣ ରଖିବା ସହ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ସହ କିଛି ସମୟ ବିତାଇବେ ବୋଲି ଜଣାପଡ଼ିଛି। ବୈଜୟନ୍ତଙ୍କ ରାଲିରେ ପ୍ରବଳ ଭିଡ଼ ଯୋଗୁ ବିମାନ ବନ୍ଦରରୁ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୋଟିଏ ପଟ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।

ସୂଚନାଯୋଗ୍ୟ, ୯ମାସର ଆତ୍ମସମୀକ୍ଷା ଓ ନିଜର ଶୁଭଚିନ୍ତକମାନଙ୍କ ମତାମତ ତଥା ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ମତକୁ ଗ୍ରହଣ କରି ଶ୍ରୀ ପଣ୍ଡା ମାର୍ଚ୍ଚ ୪ତାରିଖ ମହାଶିବରାତ୍ରି ଦିନନୂଆଦିଲ୍ଲୀରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।



from Odisha Reporter https://ift.tt/2TsP4ij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages