୧୩ରେ ବରଗଡ଼ରେ ସଭା କରିବେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

୧୩ରେ ବରଗଡ଼ରେ ସଭା କରିବେ ରାହୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୧୩ତାରିଖରେ ବରଗଡ଼ରେ ଏକ ବିଶାଳ ଜନସଭାରେ ଯୋଗଦେବେ। ଏହି ସମାବେଶରେ ବହୁ ସଂଖ୍ୟାରେ ଚାଷୀ, ମହିଳା, ଦଳିତ ଓ ଯୁବ ବର୍ଗ ସାମିଲ ହେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।

ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧି ମାର୍ଚ୍ଚ ୮ ତାରିଖରେ ଓଡ଼ିଶା ଗସ୍ତରେ ଆସି କୋରାପୁଟର ଜୟପୁରଠାରେ ଦଳର ମହିଳା ସମାବେଶରେ ଯୋଗ ଦେବେ। ଏହି ସମାବେଶ ପୂର୍ବରୁ ସେ ସ୍ଥାନୀୟ ଅଞ୍ଚଳର ଚାଷୀ ଓ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ। ୮ତାରିଖରେ ସମୟ ଅଭାବରୁ ଶ୍ରୀ ଗାନ୍ଧି ବରଗଡ଼ ଯାଇପାରିବେ ନାହିଁ, ତେଣୁ ବରଗଡ଼ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ସ୍ୱତନ୍ତ୍ର ଭାବେ ୧୩ତାରିଖରେ ଓଡ଼ିଶା ଗସ୍ତରେ ଆସିବେ।



from Odisha Reporter https://ift.tt/2VIH8a9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages