ଛକାରେ ରୋହିତଙ୍କ ରେକର୍ଡ, ଧୋନିଙ୍କୁ ପଛରେ ପକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଛକାରେ ରୋହିତଙ୍କ ରେକର୍ଡ, ଧୋନିଙ୍କୁ ପଛରେ ପକାଇଲେ

ମୋହାଲି: ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଛକା ମାରିବା ମାମଲାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ରୋହିତ ଏହି ରେକର୍ଡ କରିଛନ୍ତି। ୨୪ତମ ଓଭରରେ ଆଡାମ ଜାମ୍ପାଙ୍କ ବଲରେ ଛକା ମାରି ରୋହିତ ଧୋନିଙ୍କ ରେକର୍ଡକୁ ଟପି ଯାଇଛନ୍ତି। ଦିନିକିଆରେ ଧୋନି ୨୧୭ ଛକା ମାରିଥିବା ବେଳେ ରୋହିତ ଏବେ ୨୧୮ ଛକା ସହ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ କରିଛନ୍ତି।

ଧୋନି ଓ ରୋହିତଙ୍କ ପରେ ସଚିନ ତେନ୍ଦୁଲକର ୧୯୫ ଛକା, ସୌରଭ ଗାଙ୍ଗୁଲି ୧୮୯ ଛକା ଏବଂ ଯୁବରାଜ ସିଂହ ୧୫୩ ଛକା ମାରି ଟପ୍-୫ ତାଲିକାରେ ଅଛନ୍ତି। ରୋହିତ ମଧ୍ୟ ଏହି ମ୍ୟାଚରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସଚିନ ଓ ଧୋନିଙ୍କ ପରେ ରୋହିତ ଘରୋଇ ମାଟିରେ ୩୦୦୦ ରନ୍ କରି ଏଲିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି, ଯୁବରାଜ ସିଂହ, ସୌରଭ ଗାଙ୍ଗୁଲି, ମହମ୍ମଦ ଆଝାରୁଦ୍ଦିନ ଓ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ଏହି ଏଲିଟ୍ ତାଲିକାରେ ଅଛନ୍ତି।



from Odisha Reporter https://ift.tt/2HqcHSi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages