
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଷଷ୍ଠ ଏବଂ ସପ୍ତମ ରାଉଣ୍ଡ କୋଇଲା ଖଣି ନିଲାମ ବାତିଲ କରିଛନ୍ତି। ଏହି ଦୁଇ ରାଉଣ୍ଡରେ ୧୯ଟି କୋଇଲା ବ୍ଲକ୍ ନିଲାମ ହେବାର ଥିଲା। ଏହା ବାତିଲ କରାଯାଇଥିବା ନେଇ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ନିଲାମ ଅଂଶଗ୍ରହଣକାରୀମାନଙ୍କୁ ଜଣାଇ ଦିଆଯାଇଛି।
ତେବେ କାହିଁକି ନିଲାମ ପ୍ରକ୍ରିୟା ବାତିଲ କରାଗଲା, ତା’ର ପ୍ରକୃତ କାରଣ ଏଯାଏ ସରକାର ଜଣାଇନାହାନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏଥିସହିତ ଟେଣ୍ଡର ମଧ୍ୟ ବାତିଲ ହୋଇଯାଇଛି।
ଷଷ୍ଠ ରାଉଣ୍ଡରେ ୧୩ଟି ବ୍ଲକ୍ ପାଇଁ ନିଲାମ ହେବାର ଥିଲା। ଏହା ନିୟନ୍ତ୍ରିତ କ୍ଷେତ୍ର ଯେପରିକି ଲୁହା ଓ ଇସ୍ପାତ, ସିମେଣ୍ଟ ଏବଂ ଆଲୁମିନିୟମ୍ ଆଦି ପାଇଁ ଉଦ୍ଦିଷ୍ଟ ଥିଲା। ଅନ୍ୟପକ୍ଷରେ ସପ୍ତମ ନିଲାମୀରେ ୬ଟି କୋଇଲା ଖଣି ସାମିଲ ହେବାର ଥିଲା ଯାହା ଲୁହା ଓ ଇସ୍ପାତ ଶିଳ୍ପ କ୍ଷେତ୍ରରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିଲା।
from Odisha Reporter https://ift.tt/2HesDHQ
No comments:
Post a Comment