ଧୱନଙ୍କ ଶତକ, ରୋହିତ ବଞ୍ଚିତ, ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଧୱନଙ୍କ ଶତକ, ରୋହିତ ବଞ୍ଚିତ, ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଲଗାତାର ଖରାପ ଫର୍ମ ଦେଇ ଗତି କରୁଥିବା ଟିମ୍ ଇଣ୍ଡିଆର ଦୁଇ ଓପ୍ନର ରୋହିତ ଶର୍ମା ଓ ଶିଖର ଧୱନ୍ ଆକର୍ଷଣୀୟ ବ୍ୟାଟିଂ କରିଛନ୍ତି। ପ୍ରଥମ ତିନୋଟି ମ୍ୟାଚରେ ମାତ୍ର ୨୨ ରନ୍ ରକିଥିବା ଧୱନ୍ ଶତକ ହାସଲ କରିଥିବା ବେଳେ ରୋହିତ ମାତ୍ର ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି।

ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୯୩ ରନର ପାର୍ଟନରଶିପ୍ କରିଛନ୍ତି ଏବଂ ଟିମ୍ ଇଣ୍ଡିଆକୁ ବଡ଼ ସ୍କୋର ଅଭିମୁଖେ ନେଇଛନ୍ତି। ରୋହିତ ୯୫ (୭ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିବା ବେଳେ ଧୱନ୍ ୧୧୫ ଓ ଲୋକେଶ ରାହୁଲ ୧୦ ରନ୍ କରି ବ୍ୟାଟିଂ କରୁଛନ୍ତି। ଭାରତ ୩୫ ଓଭରରେ ୧ ୱିକେଟ୍ ହରାଇ ୨୨୨ ରନ୍ କରିଛି।

ଉକ୍ତ ମ୍ୟାଚରେ ଭାରତୀୟ ଦଳରେ ଚାରୋଟି ପରିବର୍ତ୍ତନ କରାଯାଇଛି। ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଲୋକେଶ ରାହୁଲ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ବଦଳରେ ଋଷଭ ପନ୍ତ ସୁଯୋଗ ପାଇଛନ୍ତି। ବୋଲରଙ୍କ ମଧ୍ୟରେ ମହମ୍ମଦ ସାମିଙ୍କ ବଦଳରେ ଭୁବନେଶ୍ୱର କୁମାର ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ୍ ଖେଳୁଛନ୍ତି  ଅଷ୍ଟ୍ରେଲିଆ ଦଳରେ ମାର୍କସ୍ ଷ୍ଟୋଇନିସଙ୍କ ବଦଳରେ ଆଷ୍ଟନ ଟର୍ଣ୍ଣର ସୁଯୋଗ ପାଇଛନ୍ତି।



from Odisha Reporter https://ift.tt/2HeszYC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages