
ଜୟପୁର: କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଏବେ କେବଳ ଗରିବ କାର୍ଡ ଖେଳିବା ଆରମ୍ଭ କରିଛି। ଗତକାଲି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସ କ୍ଷମତାକୁ ଫେରିଲେ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଲେଖାଏ ଦେବେ କହିଥିଲେ।
ଆଜି ମଧ୍ୟ ଏକ ନିର୍ବାଚନୀ ସଭାରେ ସେ ଗରିବୀ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବ ବୋଲି କହିଛନ୍ତି। ଏଥିସହ କଂଗ୍ରେସ କ୍ଷମତାକୁ ଫେରିଲେ ୬ ମାସ ମଧ୍ୟରେ ଦେଶରୁ ଗରିବୀ ହଟାଇବାକୁ ପୂରା ଉଦ୍ୟମ କରିବ ବୋଲି ଶ୍ରୀ ଗାନ୍ଧି ପ୍ରତିଶ୍ରୁତି ଦେଇଛନ୍ତି।
ରାଜସ୍ଥାନର ସୁରତଗଡ଼ରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି, “ନରେନ୍ଦ୍ର ମୋଦିଙ୍କ ସରକାରରେ କେବଳ ଧନୀ ଲୋକମାନେ ଫାଇଦା ପାଇବା ସହ ସ୍ୱପ୍ନ ଦେଖୁଛନ୍ତି। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ୨୦% ଗରିବ ଲୋକଙ୍କ ପାଇଁ ସର୍ବନିମ୍ନ ଆୟ ଯୋଜନା ଲାଗୁ କରିବ। ଆମେ ଦେଶରୁ ଗରିବୀ ହଟାଇବାକୁ ପ୍ରତିଶ୍ରୁତିବଦ୍ଧ।
ଆମେ ଏଭଳି ଯୋଜନା କରିବାକୁ ଯାଉଛୁ ଯାହା ଆଜି ଯାଏ ବିଶ୍ୱର କୌଣସି ରାଷ୍ଟ୍ର କରିନାହିଁ। ଏହା ଏକ ଧମାକା। ଦେଶରେ ଜଣେ ହେଲେ ବି କେହି ଗରିବ ରହିବେ ନାହିଁ। ”
ସେ ଆହୁରି କହିଛନ୍ତି,”ଦେଶରେ ଆଉ ଏକ ସମସ୍ୟା ହେଉଛି ବେକାରୀ। କଂଗ୍ରେସ କ୍ଷମତାକୁ ଫେରିଲେ ବେକାରୀ ଅନୁପାତକୁ ହ୍ରାସ କରିବାକୁ ଚେଷ୍ଟା କରିବ। ଯଦି ମୋଦି ସରକାର ଧନୀମାନଙ୍କୁ ଟଙ୍କା ଦେଇପାରୁଛନ୍ତି, ତା’ହେଲେ କଂଗ୍ରେସ ଗରିବ ଲୋକଙ୍କୁ ଟଙ୍କା ଦେବାକୁ ଆଦୌ ପଛାଇବ ନାହିଁ।
ୟୁପିଏ ସରକାର ସମୟରେ ଯେଉଁମାନେ ଗରିବୀ ରେଖାରୁ ବାହାରିଥିଲେ ଏବେ ସେମାନେ ମୋଦି ସରକାରଙ୍କ ଅମଳରେ ଗରିବୀ ରେଖା ତଳକୁ ଚାଲିଯାଇଛନ୍ତି। ୟୁପିଏ ସରକାର ୧୪ କୋଟି ଲୋକଙ୍କୁ ଗରିବୀ ତାଲିକାରୁ ମୁକ୍ତି ଦେଇଥିଲା। କିନ୍ତୁ ଏବେ ପୁଣିଥରେ ଦେଶରେ ୨୫ କୋଟି ଲୋକ ଗରିବୀ ରେଖା ତଳକୁ ଚାଲି ଆସିଛନ୍ତି। ”
from Odisha Reporter https://ift.tt/2URNHXW
No comments:
Post a Comment