ଚାଲିଗଲେ କେନ୍ଦୁଝରର ଗାନ୍ଧିବାଦୀ ନେତା ଚନ୍ଦ୍ରସେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଚାଲିଗଲେ କେନ୍ଦୁଝରର ଗାନ୍ଧିବାଦୀ ନେତା ଚନ୍ଦ୍ରସେନ

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲାର ଗାନ୍ଧିବାଦୀ ନେତା ଚନ୍ଦ୍ରସେନ ନାଏକଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଚନ୍ଦ୍ରସେନ ନାଏକ ତେଲକୋଇ ନିର୍ବାଚନମଣ୍ଡଳୀରେ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ। କଂଗ୍ରେସରୁ ସେ ୧୯୮୦- ୧୯୮୫  ଏବଂ ୧୯୯୫- ୨୦୦୦ ପର୍ଯ୍ୟନ୍ତ ଦୁଇ ଥର ତେଲକୋଇ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଓ ନେତା ଭାବେ ସେ ଉକ୍ତ ଅଂଚଳରେ ଜଣାଶୁଣା ଥିଲେ।

ମୁଣ୍ଡରେ ଗାନ୍ଧୀ ଟୋପି ଓ ଧଳା କୁର୍ତ୍ତା ପାଇଜାମା ତାଙ୍କୁ ଗାନ୍ଧିବାଦୀ ନେତା ଭାବେ ପରିଚିତ କରିଥିଲା। ଆଜି ତାଙ୍କ ଯୁଙ୍ଗା ସ୍ଥିତ ବାସଭବନରେ ମୃତ୍ୟୁ ଘଟିଛି। ତେବେ ଶେଷ ସମୟରେ ସେ କଂଗ୍ରେସ ଛାଡି ୨୦୦୯ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।  ମୃତ୍ୟୁ ପୂର୍ବରୁ ସେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜଣେ ସଭ୍ୟ ଥିଲେ। ତାଙ୍କ ବିୟୋଗରେ ତେଲକୋଇରେ ଶୋକର ଛାୟା ଖେଳି ଯାଇଛି।



from Odisha Reporter https://ift.tt/2UWJCBI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages