ଓଲିଉଡ୍‌ରୁ ଓଡ଼ିଶା ରାଜନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଓଲିଉଡ୍‌ରୁ ଓଡ଼ିଶା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସିନେମା ଆଉ ରାଜନୀତି। ଇତିହାସ କୁହେ ଏମାନଙ୍କର ସମ୍ପର୍କ ଅନେକ ପୁରୁଣା। ନେତାରୁ ଅଭିନେତା ଅବଶ୍ୟ କମ୍‌ ଦେଖିବାକୁ ମିଳେ। ତେବେ ଅଭିନେତାରୁ ନେତା ହେବା ଦୃଷ୍ଟାନ୍ତ ଅନେକ ରହିଛି। ପ୍ରାୟ ୧୯୬୭ ନିର୍ବାଚନବେଳୁ ସମ୍ପର୍କର ଏହି ଧାରା ସୃଷ୍ଟି ହୋଇଛି। ଜାତୀୟ ସ୍ତରରେ ଏହି ଧାରାକୁ ପ୍ରଥେମ କଂଗ୍ରେସ ସୃଷ୍ଟି କଲା। ପରେ ବିଜେପି ଏବଂ ଟିଏମ୍‌ସି ଏହାକୁ ଆଗକୁ ବଢାଇଲା।

ତେଲୁଗୁ ଷ୍ଟାର କୋଙ୍ଗାରା ଜଗ୍ୟା ପ୍ରଥମ ଫିଲ୍ମ ଷ୍ଟାର ଯିଏ କି ଲୋକସଭା ନିର୍ବାଚନ ଜିତିଥିଲେ। ପ୍ରାୟ ୮୦ ହଜାର ଭୋଟରେ ଆନ୍ଧ୍ର ପ୍ରଦେଶର ଓଙ୍ଗୋଲ ଆସନରୁ ଜିତିଥିଲେ। ସବୁଠାରୁ ମଜା କଥା ହେଲା, ସେ ବିନା ପ୍ରଚାରରେ ନିର୍ବାଚନ ଜିତିଥିଲେ। ତାଙ୍କର ଏହି ସହଜ ଏବଂ ବିପୁଳ ବିଜୟ ଅନ୍ୟ ଦଳକୁ ମଧ୍ୟ ଉତ୍ସାହିତ କରିଥିଲା । ଯାହାଫଳରେ ଜିତିବା ପାଇଁ ସବୁ ଦଳ ଅଭିନେତାଙ୍କୁ ଟାଣିଲେ।
ରାଜୀବ ଗାନ୍ଧିଙ୍କ ସମୟରେ ଅମିତାଭ ବଚ୍ଚନ, ସୁନୀଲ ଦତ୍ତ, ବୈଜୟନ୍ତୀ ମାଲା ନିର୍ବାଚନ ଜିତିଥିଲେ।

ଆଉ ତା ପରେ ରାଜନୀତିରେ ଅଭିନେତାଙ୍କ ଭିଡ଼ ଜମି ଯାଇଥିଲା। ତେବେ ଓଡ଼ିଶା ରାଜନୈତିକ ଦୃଶ୍ୟପଟ୍ଟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ୧୯୭୧ରେ ନିର୍ବଚନକୁ ଓହ୍ଲାଇଥିଲେ ଲୋକପ୍ରିୟ ଅଭିନେତା ସ୍ୱର୍ଗତ ଶରତ ପୂଜାରୀ। ସେ ସମ୍ବଲପୁର ବିଧାନସଭା ଆସନରୁ ଉତ୍କଳ କଂଗ୍ରେସ ପାର୍ଟି ଟିକଟରେ ଲଢିଥିଲେ। ତାଙ୍କ ପରେ ଅଜିତ ଦାସ, ସୁଜାତା ଆନନ୍ଦ ଇତ୍ୟାଦିଙ୍କର ପ୍ରବେଶ ହୋଇଥିଲା ରାଜନୀତିରେ। କିଏ ନିର୍ବାଚନରେ ଜିତିଥିଲେ ତ କିଏ ହାରିଥିଲେ। ଆଉ କିଏ ପୁଣି କେବଳ ଦଳୀୟ ପ୍ରଚାରରେ ନିଜକୁ ସୀମିତି ରଖିଥିଲେ।

ରାଜନୀତିରେ ଫିଲ୍ମଷ୍ଟାରଙ୍କ ପ୍ରବେଶ ଧାରା ପ୍ରଖର ହୁଏ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କଠାରୁ । ୨ ଥରେ ବେଗୁନିଆ ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ଏବେ ରାଜ୍ୟସଭା ସଦସ୍ୟ। ଏବେ ସେ ବିଜେଡି ମୁଖପାତ୍ର ତଥା ପର୍ଯ୍ୟବେକ୍ଷକ ଭାବେ କାମ କରୁଛନ୍ତି। ୨୦୧୯ ନିର୍ବାଚନରେ ତାଙ୍କର ଲଢିବା ସମ୍ଭାବନା ମଧ୍ୟ ରହିଛି। ଏହାପରେ ଆସେ ମୁନ୍ନା ଖାଁଙ୍କ ନାମ । ଯଦିଓ ସେ ନିର୍ବାଚନ ଲଢି ନାହାନ୍ତି ତେବେ ରାଜନୀତିରେ ବେଶ ସକ୍ରିୟ। ସେ ବିଜୁ ସଂଖ୍ୟାଲଘୁ ସେଲ ସଭାପତି ଅଛନ୍ତି।

 

୨୦୧୪ ନିର୍ବାଚନରେ ଅଭିନେତା ମିହିର ଦାସ ପ୍ରଥମେ ବିଜେଡିରେ ମିଶିଥିଲେ। ନିର୍ବାଚନବେଳେ ପ୍ରଚାର ମଧ୍ୟ କରିଥିଲେ। ହେଲେ ୨୦୧୮ରେ ସେ ବିଜେଡ଼ି ଛାଡ଼ି ଏବେ ବିଜେପିରେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଅଜିତ ଦାସ, ମହାଶ୍ୱେତା ରାୟ, ଶ୍ରୀତମ୍ ଦାସ, ପିଙ୍କି ପ୍ରଧାନ, ହରିହର ପ୍ରଧାନ, ଅନୁ ଚୌଧୁରୀ, ପପୁ ପମ୍‌ପମ୍‌ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

ଫିଲ୍ମ ଷ୍ଟାରଙ୍କୁ ଟାଣିବାରେ ବିଜେଡି ମଧ୍ୟ ପଛରେ ପଡିନି। ମେଗା ଷ୍ଟାର ଅନୁଭବଙ୍କୁ ରାଜ୍ୟସଭା ପଠାଇଥିବାବେଳେ ସିଦ୍ଧାନ୍ତ ଦାସ ୨୦୦୯ ଏବଂ ୨୦୧୪ ଦୁଇ ଦୁଇ ଥର ବ୍ରହ୍ମପୁର ଲୋକସଭା ଆସନରୁ ଲଢି ଜିତିଛନ୍ତି। ବିଜେଡିରେ ସାମିଲ ହୋଇଥିଲେ ଅଭିନେତା ଆକାଶ ଦାସ ନାୟକ। ୨୦୧୪ ନିର୍ବାଚରେ ଯାଜପୁର ସୁକିନ୍ଦା ବିଧାନସଭା ସଭା ଆସନରୁ ବିଜେଡି ଟିକଟରେ ଲଢି ସେ ଜିତିଥିଲେ।

ଓଲିଉଡରେ ଦୀର୍ଘ ଦଶନ୍ଧି ଧରି ରାଜ୍‌ କରିଥିବା ଅପରାଜିତା କଂଗ୍ରେସରେ ସାମଲ ହୋଇ ପ୍ରଥମେ ୨୦୧୪ ନିର୍ବାଚନ ଲଢିଥିଲେ। କଟକ ଲୋକସଭା ଆସନରୁ କଂଗ୍ରେସ ଟିକଟରେ ଲଢି ହାରିଥିଲେ। ତେବେ ଅପରାଜିତା ଏବେ ମୋଦିଙ୍କ ଆଦର୍ଶରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ।

ଅନ୍ୟତମ ଅଭିନେତା ବିଜୟ ମହାନ୍ତି କଂଗ୍ରେସରେ ସାମିଲ ହୋଇଥିଲେ। ୨୦୧୪ରେ କଂଗ୍ରେସ ଟିକଟରେ ଭୁବେନଶ୍ୱର ଲୋକସଭା ଆସନରୁ ଲଢି ହାରିଥିଲେ। ହାରିବା ପରେ ସେ କଂଗ୍ରେସ ଦଳ ଛାଡ଼ି ଦେଇଥିଲେ।
୨୦୧୯ ନିର୍ବାଚନ ପାଇଁ ସବୁ ଆସନରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ। ଯେତିକି ଘୋଷଣା ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ପିଙ୍କି ପ୍ରଧାନ। ସେ ଦିଗପହଣ୍ଡି ବିଧାନସଭା ଆସନରୁ ବିଜେପି ଟିକଟରୁ ଲଢିବେ। ଅବଶ୍ୟ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବେଶ ବିବାଦ ଉପୁଜିଛି।

 

ପୁରୁଣା ଅଭିନେତା, ଅଭିନେତ୍ରୀଙ୍କ ସମେତ ଅନେକ ଅନେକ ନୂଆ ଅଭିନେତାଙ୍କୁ ଏଥର ନିର୍ବାଚନ ରଣାଙ୍ଗନରେ ଦେଖିବାକୁ ମିଳିବ। ପୁରୁଣା ମୁହଁ ମଧ୍ୟରୁ ବିଜେଡିର ଆକାଶ ଦାସ ନାୟକଙ୍କ ନାଁ କଟିବା ସମ୍ଭାବନା ଥିବାବେଳ ଉତ୍ତମ-ଅପରାଜିତାଙ୍କ ପୁଅ ବାବୁସାନ, ଅରନ୍ଦମ ରାୟ, ସତ୍ୟବ୍ରତ ଓରଫ କୁନା ତ୍ରିପାଠୀ, ଙ୍କ ନାଁ ଯୋଡାଯିବାର ସମ୍ଭାବନା ରହିଛି। ସେ ବିଜେପି ଟିକଟରୁ ଲଢିବେ ବୋଲି ଶୁଣିବାକୁ ମିଳୁଛି। ଏହାପରେ ଟେଲିଭିଜନ ଜଗତରୁ ରାଜନୀତିକୁ ଆସିଥିବା ଶ୍ରୀମୟୀ ମିଶ୍ର, ଏଲିନା ମିଶ୍ର, କଣ୍ଠଶିଳ୍ପୀ ତୃପ୍ତି ଦାସ, ସୁବାସ ଦାସ ପ୍ରମୁଖ ଅଛନ୍ତି। ତେବେ ଏମାନେ ନିର୍ବାଚନ ଲଢିବେ କି ନାହିଁ, ଯଦି ଲଢିବେ କେଉଁ ଆସନରୁ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ।



from Odisha Reporter https://ift.tt/2CDWBBj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages