ତିନିଥର ଗର୍ଭନଷ୍ଟ ପରେ ହିତାହିତ ଜ୍ଞାନ ହରାଇଥିଲେ ସବିତା, ପୁଅଟିଏ ପାଇଁ ଶେଷରେ କଲେ ଏମିତି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ତିନିଥର ଗର୍ଭନଷ୍ଟ ପରେ ହିତାହିତ ଜ୍ଞାନ ହରାଇଥିଲେ ସବିତା, ପୁଅଟିଏ ପାଇଁ ଶେଷରେ କଲେ ଏମିତି କାମ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଚାରିଦିନ ତଳେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ମେଡିକାଲରୁ ଚୋରି ହୋଇଥିବା ଶିଶୁଟି ଉଦ୍ଧାର ହୋଇଛି। ବଲାଙ୍ଗିର ପୁଲିସ ଏହି ଘଟଣାରେ ଏକ ଦମ୍ପତିକୁ ଗିରଫ କରିଛି। ତେବେ ଯେଉଁ କାରଣରୁ ଏହି ସ୍ୱାମୀ-ସ୍ତ୍ରୀ ଡାକ୍ତରଖାନାରୁ ପିଲାଟିକୁ ଚୋରି କରିଥିଲେ, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରାଥମିକ ତଦନ୍ତ ପରେ ପୁଲିସ୍ ଏ କଥା ବି ଖୁଲାସା କରିଛି। ତେବେ ଏହି ପିଲାଚୋରି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଛି ବୋଲି ବଲାଙ୍ଗିର ଏସ୍‌ପି କେ.ଶିବା ସବ୍ରମଣି କହିଛନ୍ତି।

ପ୍ରାଥମିକ ତଦନ୍ତ ପରେ ପୁଲିସ୍ ଦେଇଥିବା ତଥ୍ୟ ଅନୁଯାୟୀ, ଡାକ୍ତରଖାନାରୁ ଶିଶୁଟିକୁ ଚୋରି କରିଥିଲେ, ସିନ୍ଧେଇକେଲା ଥାନା ଅନ୍ତର୍ଗତ ଗରସରା ଗାଁର ଶୁକଦେବ ସାହୁ ଓ ତାଙ୍କ ସ୍ତ୍ରୀ ସବିତା ସାହୁ। ଏମାନେ ଅଭ୍ୟାସଗତ ଭାବେ ଚୋର ନୁହଁନ୍ତି। କିଛି ବାଧ୍ୟବାଧକତା ଓ ଲୋଭ ପାଇଁ ଏଭଳି କୁକର୍ମ କରିବାକୁ ଏମାନେ ବାଧ୍ୟ ହୋଇଛନ୍ତି।

ପୁଲିସ୍‌ର କହିବା ଅନୁଯାୟୀ, ଶୁକଦେବ ଓ ତାଙ୍କ ପତ୍ନୀଙ୍କର ଏକ ଅଢ଼େଇ ବର୍ଷୀୟା ଝିଅ ଅଛି। ଏହାସତ୍ୱେ ବହୁଦିନ ଧରି ସେମାନେ ପୁଅଟିଏ ଚାହୁଁଥିଲେ। କିନ୍ତୁ ତାହା ସମ୍ଭବପର ହୋଇନଥିଲା। ତିନି ତିନିଥର ଗର୍ଭଧାରଣ କରିଥିଲେ ମଧ୍ୟ କୌଣସି କାରଣରୁ ସନ୍ତାନ ପ୍ରସବ ହୋଇପାରି ନଥିଲା। ବାରମ୍ବାର ଗର୍ଭପାତ କରିବାକୁ ପଡୁଥିଲା। ପୁଅ ଆଶାରେ ସ୍ୱାମୀ-ସ୍ତ୍ରୀ ଏତେକଥା କରିଥିଲେ ମଧ୍ୟ ସଫଳତା ପାଇନଥିଲେ। ତେଣୁ ହିତାହିତ ଜ୍ଞାନ ହରାଇ, ସେମାନେ ପାଟଣାଗଡ଼ ଡାକ୍ତରଖାନାରେ ଆଉଜଣେ ମହିଳାଙ୍କର ଜନ୍ମ ହୋଇଥିବା ଏହି ଶିଶୁଟିକୁ ଯୋଜନାବଦ୍ଧ ଭାବେ ଚୋରି କରି ନେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ରବିବାର ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡି, ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହିଦିନ ହିଁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ହେଲେ ବୁଧବାର ଦିନ ସେ ଶୋଇଥିବା ବେଳେ ତାଙ୍କ ବେଡ୍‌ ପାଖରୁ ଶିଶୁଟିକୁ କେହି ଚୋରି କରି ନେଇଥିଲା। ଜୟନ୍ତୀଙ୍କ କହିବା ଅନୁଯାୟୀ, ଅଚିହ୍ନା ସବିତା ହିଁ ଆସି ସେ ତାଙ୍କର ସଂପର୍କୀୟା ବୋଲି କହିଥିଲେ ଓ ତାଙ୍କ ପୁଅକୁ ଗେଲ କରିଥିଲେ। ଶିଶୁକୁ ମୁହଁଚାହାଁ ଖର୍ଚ୍ଚ ବାବଦରେ ୧୦୦ ଟଙ୍କା ବି ଦେଇଥିଲେ। ଆଉ ତା’ପରେ ପିଲାଟିକୁ ଧରି ଚମ୍ପଟ ମାରିଥିଲେ। ଏ ସବୁ ଦୃଶ୍ୟ ମେଡିକାଲ୍‌ ପାଖରେ ଥିବା ଆଉଜଣେ ବ୍ୟକ୍ତିଙ୍କ ଘରୋଇ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ପୋଲିସ୍ ତା ସାହାଯ୍ୟରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

ପୁଲିସ ସିସିଟିଭି ଫୁଟେଜ ଓ ମିଳିଥିବା ଗୁପ୍ତତଥ୍ୟ ଅଧାରରେ ଆଜି ଗରସରା ଗାଁରେ ପହଞ୍ଚି ଛୁଆକୁ ଉଦ୍ଧାର କରିଥିଲା। ଏହାପରେ ପିଲା ଚୋରି କରିଥିବା ଶୁକଦେବ ଓ ତାଙ୍କ ସ୍ତ୍ରୀ ସବିତାଙ୍କୁ ଧରି ବଲାଙ୍ଗିର ଆଣି ଘନଘନ ଜେରା କରୁଛି। ଉଦ୍ଧାର ପରେ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ଏହାପରେ ତା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।



from Odisha Reporter https://ift.tt/2EQfdhF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages