
ନୂଆଦିଲ୍ଲୀ: ଅଭିନୟ ଜଗତରୁ ଆସି କଂଗ୍ରେସରେ ମିଶିଥିବା ଭେଟରାନ୍ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଏଥର ନିର୍ବାଚନ ଲଢ଼ିବେ। ଆଜି କଂଗ୍ରେସ ପକ୍ଷରୁ ତାଙ୍କୁ ଉତ୍ତର ମୁମ୍ବାଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ୪୫ ବର୍ଷୀୟ ଉର୍ମିଲା ବୁଧବାର କଂଗ୍ରେସରେ ସାମିଲ ହୋଇଥିଲେ। ସେ ‘ଘୃଣା’ ରାଜନୀତି ବିରୋଧରେ ଲଢ଼େଇ କରିବେ ବୋଲି କହିଛନ୍ତି।
୨୦୧୪ରେ ଉତ୍ତର ମୁମ୍ବାଇରେ ବିଜେପି ବାଜିମାତ କରିଥିଲା। ତେଣୁ ବିଜେପିକୁ କାଉଣ୍ଟର କରିବାକୁ କଂଗ୍ରେସ ଉର୍ମିଲାଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି। ଏଥର ଉର୍ମିଲାଙ୍କ ସହ ବିଜେପିର ସାଂସଦ ଗୋକୁଳନାଥ ସେଟ୍ଟୀଙ୍କ ମୁକାବିଲା ହେବ।
୨୦୦୪ରେ ଅଭିନେତା ଗୋବିନ୍ଦା(ଆହୁଜା)ଙ୍କୁ କଂଗ୍ରେସ ଏଠାରେ ପ୍ରାର୍ଥୀ କରିଥିଲା। ସେ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ନେତା ରାମ ନାଏକଙ୍କୁ ପରାସ୍ତ କରିଥିଲେ। ରାମ ନାଏକ ୨୦୦୯ରେ ପୁଣିଥରେ କଂଗ୍ରେସ ନେତା ସଞ୍ଜୟ ନିରୁପମ୍ଙ୍କ ଠାରୁ ପରାସ୍ତ ହୋଇଥିଲେ।
from Odisha Reporter https://ift.tt/2CHoqIQ
No comments:
Post a Comment