
ନୂଆଦିଲ୍ଲୀ: ଆତଙ୍କବାଦୀକୁ ପାକିସ୍ତାନ ସେନା ସହଯୋଗ କରୁଥିବାର ପ୍ରମାଣ ଭାରତ ହାତରେ ଲାଗିଛି। ଗତସପ୍ତାହରେ ୨୨ ତାରିଖ ଦିନ ଜମ୍ମୁ କଶ୍ମୀରର ବଡ଼ଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ।
ମୃତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବୋଲି ଜଣାପଡ଼ିଥିଲା । ଏହାପରେ ସୁରକ୍ଷାକର୍ମୀ ଆତଙ୍କବାଦିଙ୍କ ପାଖରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଏହି ଅସ୍ତ୍ରଶସ୍ତ୍ର ଭିତରେ ରହିଛି ଆମେରିକା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇଏସକୁ ଦେଇଥିବା ଏମ ୧୬ ରାଇଫଲ ବନ୍ଧୁକ। ଯାହାକୁ ନେଇ ପୁଣି ପାକିସ୍ତାନ ସରକାର ଓ ସେନାର ଆତଙ୍କବାଦୀ ସମ୍ପର୍କରେ ଦୁଇଟି ଚରିତ୍ର ଦେଖିବାକୁ ମିଳିଛି।
ସୂଚନାଯୋଗ୍ଯ ଏମ-୧୬ ସ୍ନାଇପର ରାଇଫଲ ବନ୍ଧୁକ ଆମେରିକା ସେନା ବ୍ଯବହାର କରିଥାଏ। ତେବେ ଆମେରିକା ଓ ପାକିସ୍ତାନ ମଧ୍ଯରେ ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ପାକିସ୍ତାନ ସେନାକୁ ଆମେରିକା ଏହି ଏମ-୧୬ ବନ୍ଧୁକ ଦେଇଥିଲା।
କିଛି ଦିନ ତଳେ ପାକିସ୍ତାନ ସରକାର ସ୍ପଷ୍ଟ କରିଥିଲେ ଆତଙ୍କବାଦୀ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। ଭାରତ ସମେତ ବିଭିନ୍ନ ଦେଶ ଯେଉଁ ଅଭିଯୋଗ ଆଣି ପାକିସ୍ତାନର ଛବିକୁ ଖରାପ କରୁଛନ୍ତି ତାହା ସତ ନୁହେଁ ବୋଲି ଆତଙ୍କବାଦର ଦାଗ ବାବଦରେ ଝାଡିଝୁଡି ହୋଇଥିଲେ।
from Odisha Reporter https://ift.tt/2HSfuon
No comments:
Post a Comment