ପାକ୍‌ ସହ ତଟରକ୍ଷୀ ଆଲୋଚନା ରଦ୍ଦ କଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ପାକ୍‌ ସହ ତଟରକ୍ଷୀ ଆଲୋଚନା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍‌ଲାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର ପାକିସ୍ତାନ ସହ ସମସ୍ତ ପ୍ରକାରର ଆଲୋଚନାକୁ ରଦ୍ଦ କରିଦେଇଛନ୍ତି।

ମାର୍ଚ୍ଚ ୬ରୁ ୯ ତାରିଖ ଯାଏ ଭାରତୀୟ ତଟରକ୍ଷୀ ବାହିନୀ ଓ ପାକିସ୍ତାନ ତଟରକ୍ଷୀ ବାହିନୀ ମଧ୍ୟରେ ଆଲୋଚନା ହେବାର ଥିଲା। କିନ୍ତୁ ଆଜି ଭାରତ ପକ୍ଷରୁ ଏହି ଆଲୋଚନାକୁ ବାତିଲ କରିଦିଆଯାଇଛି।

ଆଲୋଚନା ପାଇଁ ତଟରକ୍ଷୀ ବାହିନୀର ଡିଜି ରାଜେନ୍ଦ୍ର ସିଂହ ପାକିସ୍ତାନ ଯାଇଥାଆନ୍ତେ। କିନ୍ତୁ ସେ ପୁଲୱାମା ହମ୍‌ଲାରେ ପାକିସ୍ତାନର ସକ୍ରିୟ ହାତା ଥିବାରୁ ଉକ୍ତ ଦେଶ ସହ କୌଣସି ଆଲୋଚନା କରାଯାଇ ପାରିବ ନାହିଁ ବୋଲି ଚିନ୍ତା କରି ଗସ୍ତକୁ ବାତିଲ କରିଛନ୍ତି।

ଫେବୃଆରୀ ୧୪ରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ସିଆରପିଏଫ୍‌ ଯବାନଙ୍କ କନଭୟକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ସରକାର ପାକିସ୍ତାନକୁ ଦେଇଥିବା ମୋଷ୍ଟ ଫେଭଡ୍‌ ନେଶନ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଏଥିସହ ପାକିସ୍ତାନ ସହ ସମସ୍ତ ପ୍ରକାରର କୁଟନୀତିକ ସମ୍ପର୍କ ମଧ୍ୟ ଚ୍ଛିନ୍ନ କରିଦିଆଯାଇଛି।



from Odisha Reporter https://ift.tt/2JA75Hs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages