କ୍ୟାପିଟାଲ ହସ୍ପିଟାଲରେ ଠିକା କର୍ମଚାରୀଙ୍କ ହଙ୍ଗାମା, ଦରମା ନମିଳିବା ନେଇ ଅସନ୍ତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

କ୍ୟାପିଟାଲ ହସ୍ପିଟାଲରେ ଠିକା କର୍ମଚାରୀଙ୍କ ହଙ୍ଗାମା, ଦରମା ନମିଳିବା ନେଇ ଅସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ୟାପିଟାଲ ହସ୍ପିଟାଲରେ ପଞ୍ଜିକରଣ କାମରେ ନିୟୋଜିତ ଠିକା କର୍ମଚାରୀ କାମ ବନ୍ଦ କରିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗତ ୧୧ ମାସ ହେବ ଠିକା କର୍ମଚାରୀଙ୍କ ଦରମା ମିଳି ନଥିବାରୁ ଆଜି ସେମାନେ କାମ ବନ୍ଦ କରିଦେଇଥିଲେ। ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା। ଆଜି ଭୋରୁ କ୍ୟାପିଟାଲ ହସ୍ପିଟାଲ ପରିସର ଥିଲା ଖୁବ୍‌ ଉତ୍ତେଜନାପୂର୍ଣ୍ଣ। ଓପିଡିରେ ଦେଖାଇବା ପାଇଁ ସକାଳୁ ରୋଗୀ ମେଡିକାଲକୁ ଆସିଥିଲେ।

ହେଲେ ଡାକ୍ତର ପରାମର୍ଶ ପାଇଁ ରୋଗୀଙ୍କୁ ମିଳିନଥିଲା ପଞ୍ଜିକରଣ ପତ୍ର। ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଶେଷରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଲିସ ପହଞ୍ଚି କର୍ମଚାରୀଙ୍କୁ ବୁଝାଶୁଝା କରିଥିଲା, ହେଲେ ଏଥିରୁ କିଛି ଲାଭ ମିଳି ନଥିଲା। ଶେଷରେ ନିଜେ ପୁଲିସ ବସି ପଞ୍ଜିକରଣ କାମ କରିଥିଲା ଓ ହାତଲେଖା ପଞ୍ଜିକରଣ ପତ୍ର ଦେଇଥିଲା। ହେଲେ କେଉଁ ବିଭାଗକୁ କେଉଁ ରୋଗୀଙ୍କୁ ପଠା ଯିବ ତାହା ପୁଲିସ୍‌ ଜାଣି ନଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଥିଲା।

ଶେଷରେ କିଛି ସ୍ୱେଚ୍ଛାସେବୀ ଆସି ପୁଲିସ୍‌କୁ ସହଯୋଗ କରିବା ପରେ ସ୍ଥିତିରେ କିଛିଟା ସୁଧାର ଆସିଥିଲା। ସୂଚନାଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ଠିକା କର୍ମଚାରୀ ବର୍ଷ ବର୍ଷ ଧରି କାମ ଚଳାଉଛନ୍ତି। ୟୁନିସଫ୍ଟ ନାମକ ଏକ ଘରୋଇ ସଂସ୍ଥା ଏହାର ଦାୟିତ୍ୱ ନେଇଛି। ତେବେ ସଂସ୍ଥା ନିୟୋଜିତ କରିଥିବା କର୍ମଚାରୀ ୧୧ ମାସ ହେଲା ଦରମା ପାଇ ନଥିବା ଅଭିଯୋଗ ହୋଇଛି। ଫଳରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏପରି ଘଟଣାକୁ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ଏନେଇ ପୂର୍ବରୁ ମଧ୍ୟ ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍‌ ଦିଆଯାଇଥିବା କ୍ୟାପିଟାଲ ହସ୍ପିଟାଲ ଉପାଧ୍ୟକ୍ଷ ଧନଞ୍ଜୟ ଦାସ କହିଛନ୍ତି।

ଅନ୍ୟପକ୍ଷରେ ଠିକା ସଂସ୍ଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛି। ୧୧ମାସ ହେଲା ମେଡିକାଲ ତରଫରୁ କମ୍ପାନୀକୁ ଟଙ୍କା ଦିଆଯାଇନଥିବା ୟୁନିସଫ୍ଟ ନିର୍ଦ୍ଦେଶକ ଅଶୋକ କୁମାର ଦାସ ଅଭିଯୋଗ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଖୋଦ ରାଜଧାନୀରେ ଯଦି ଏଭଳି ଅବସ୍ଥା ତେବେ ଉପାନ୍ତ ଅଞ୍ଚଳର ସ୍ଥିତି କ’ଣ ଥିବ? ଅନ୍ୟପଟେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2TftAkP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages