ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପରିବାରିକ କଳହରୁ ଗତକାଲି ରାତିରେ ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଲେଦିମହୁଲ ଗାଁରେ ଘଟିଛି। ଆଜି ସକାଳେ ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଗତକାଲି ରାତିରେ ଉପେନ୍ଦ୍ର ଦୀପ ଓ ତାଙ୍କ ସ୍ତ୍ରୀ ବିନୋଦିନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉପେନ୍ଦ୍ର ଏକ ଠେଙ୍ଗାରେ ବିନୋଦିନୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଉପେନ୍ଦ୍ର ଘରୁ ଫେରାର ହୋଇ ଯାଇଥିଲେ।

ଆଜି ସକାଳେ ସେ କୁଚିଣ୍ଡା ଥାନାରେ ଆତ୍ମସମର୍ପଣ କରି ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହା ପରେ ଏସ୍‌ଡିପିଓ ରାଜକିଶୋର ମିଶ୍ର ଓ ଜମନକିରା ଥାନା ଅଧିକାରୀ ବି.କେ କହଁର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଏଥିସହ ଠେଙ୍ଗାକୁ ଜବତ କରିଛି।

 



from Odisha Reporter https://ift.tt/2HgcIb0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages