ଖରାପ ରକ୍ତ ପାଇଁ ପ୍ରାଣ ହରାଇଲେଣି ୧୫ ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଖରାପ ରକ୍ତ ପାଇଁ ପ୍ରାଣ ହରାଇଲେଣି ୧୫ ଗର୍ଭବତୀ

ଚେନ୍ନାଇ: ତାମିଲନାଡୁର ସରକାରୀ ହସ୍ପିଟାଲ୍‌ରେ ରୋଗୀଙ୍କ ପ୍ରତି କେମିତି ଅବହେଳା କରାଯାଏ, ତା’ର ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଛି। ତାମିଲନାଡୁର ୩ଟି ସରକାରୀ ହସ୍ପିଟାଲରେ ଗତ ୪ ମାସ ମଧ୍ୟରେ ଖରାପ ରକ୍ତ ଦିଆଯିବା ଯୋଗୁ ୧୫ ଜଣ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଭଳି ସାଂଘାତିକ ଖବର ସାମ୍ନାକୁ ଆସିଛି। ରକ୍ତକୁ ଯେଉଁ ତାପମାତ୍ରାରେ ରଖାଯିବା କଥା, ତାହା ହୋଇନଥିଲା।

ଫଳରେ ଏଗୁଡ଼ିକ ନଷ୍ଟ ହୋଇଯାଇଥିଲା। କିନ୍ତୁ ସରକାରୀ ହସ୍ପିଟାଲର ଡାକ୍ତରମାନେ ଏହାକୁ ସୁସ୍ଥ ରକ୍ତ ବୋଲି ପ୍ରମାଣପତ୍ର ଦେଖି ରୋଗୀଙ୍କ ଦେହରେ ଲଗାଇଥିଲେ। ଫଳରେ ସେମାନଙ୍କୁ ମୃତ୍ୟୁ ଘଟିଥିଲା। ତାମିଲନାଡୁର ଧର୍ମପୁରୀ, ହୋସୁର ଓ କ୍ରୀଷ୍ଣଗିରି ସରକାରୀ ହସ୍ପିଟାଲ୍‌ରେ ଏଭଳି ଘଟଣା ଘଟିଛି।

ଅଡିଟ୍‌ ବେଳେ ଜଣାପଡ଼ିଥିବା ତଥ୍ୟ ଅନୁଯାୟୀ, ଏହି ଖରାପ ରକ୍ତ ନେବା ପରେ ମହିଳାମାନେ ଏହାଧିକ ସାଇଡ୍‌ ଏଫେକ୍ଟର ସମ୍ମୁଖୀନ ହୋଇଥିଲେ। ଅଧିକାଂଶ ମହିଳାଙ୍କୁ ବାତ ମାରିଥିଲା। ଏଥିଯୋଗୁ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା।

ଏହି ତଥ୍ୟ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ବେଲାଲ ରାଜେଶ ଉପରୋକ୍ତ ୩ ସରକାରୀ ହସ୍ପିଟାଲ୍‌ର ରକ୍ତଭଣ୍ଡାର ଅଫିସରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଲ୍ୟାବ୍‌ରେ କାମ କରୁଥିବା କର୍ମଚାରୀ ଓ ନର୍ସଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ ସେ କହିଛନ୍ତି।



from Odisha Reporter https://ift.tt/2CDpmOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages