ନବୀନ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ନବୀନ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀରେ ଆଜି ଆୟୋଜିତ ହୋଇଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ରେମୁଣା ନିର୍ବାଚନମଣ୍ଡଳୀର ମଣିନାଗେଶ୍ୱର ମନ୍ଦିର ପଡ଼ିଆରେ ଆୟୋଜିତ ଏହି ବିଶାଳ କର୍ମୀ ସମ୍ମିଳନୀରେ ବୈଜୟନ୍ତ ଉଦ୍‌ବୋଧନ ଦେଇ ଓଡ଼ିଶାରେ ମାଆ ଭଉଣୀଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଥିବା କହିଛନ୍ତି। ସବୁ ଦୃଷ୍ଟିରୁ ଫେଲ ମାରିଥିବାରୁ ଓଡ଼ିଶାରେ ସରକାର ବଦଳିବା ଦରକାର ବୋଲି ବୈଜୟନ୍ତ କହିଛନ୍ତି।

ସେ କହିଛନ୍ତି,“ଓଡ଼ିଶାରେ ଯୁବକମାନେ ନିଯୁକ୍ତି ପାଉନାହାନ୍ତି। ତେଣୁ ସେମାନେ ରାଜ୍ୟ ବାହାରକୁ ଯାଉଛନ୍ତି। ସେମାନେ ସେଠାରେ ନିର୍ଯାତନାରେ ଶିକାର ହେଉଛନ୍ତି। ଘରକୁ ଫେରିପାରୁ ନାହାନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପଡ଼ୁଛି। ବହୁତ ହୋଇଗଲା। ଏଥର ସରକାର ବଦଳେଇବାକୁ ପଡ଼ିବ। ପରିବର୍ତ୍ତନ ଦରକାର।”

“ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶ ପଥରେ ଆଗଉଛି। ବିଶେଷ କରି ଦେଶର ସୁରକ୍ଷା ବ୍ୟବସ୍ଥା ଯେପରି ମଜଭୁତ ହୋଇଛି, ତାହାକୁ ଲୋକେ ପସନ୍ଦ କରୁଛନ୍ତି। ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ”, ବୋଲି ଶ୍ରୀ ପଣ୍ଡା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2TVMmCW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages