ଏ ମିଛୁଆ-ରାଧୁଆ ସରକାରର ଅନ୍ତ ହେବ : ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଏ ମିଛୁଆ-ରାଧୁଆ ସରକାରର ଅନ୍ତ ହେବ : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପର ଘର ତିଅଣରେ ଅତିଥି ସତ୍କାର କରିବାରେ ଓଡ଼ିଶାର ମିଛୁଆ ରାଧୁଆ ସରକାର ଧୂରନ୍ଧର। ୧୯ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ନବୀନ ବାବୁଙ୍କ ସରକାର ସାମାଜିକ ସୁରକ୍ଷା, ରୋଜଗାର, ନିଯୁକ୍ତି, କୃଷି ଓ ଜଳସେଚନ ସବୁ କ୍ଷେତ୍ରରେ ଫେଲ୍ ମାରିଛି। ଖଜୁରୀ ଗଛର କି ଗୁଣ ଗାଇବି ଭଳି ବଡ଼ ବଡ଼ ପାଟିରେ ଚିତ୍କାର କରି ଏହା ମିଛ କହିବାରେ ଲାଗିଛି” ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଗତକାଲି ମନ୍ତ୍ରିପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସରକାରର ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ କରିବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଏ ମିଛୁଆ ରାଧୁଆ ସରକାରଙ୍କ ସର୍ଦ୍ଦାର ଗତ ୧୯ବର୍ଷ ଶାସନର ବିଫଳତାକୁ ଲୁଚାଇବା ପାଇଁ ବନ୍ଦ କୋଠରୀ ଭିତରେ ସଂଗଠିତ ଭାବେ ମିଛ ପ୍ରଚାରର ସିଧା ପ୍ରସାରଣ କରାଇ ଓଡ଼ିଆ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି।

ବିଜେଡି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ଏପର୍ଯ୍ୟନ୍ତ କାହିଁକି ଆହୁରି ୩୦ଲକ୍ଷ ଲୋକଙ୍କୁ ପକ୍କାଘର ମିଳିନି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡି ସମସ୍ତ କଚ୍ଚାଘରକୁ ପକ୍କା କରିବ ବୋଲି ନିର୍ବାଚନୀ ଇସ୍ତାହାରରେ କହିଥିଲା। କିନ୍ତୁ ୫ବର୍ଷ ମଧ୍ୟରେ ୨୦ଲକ୍ଷ ଘର କରିଥିବା ନବୀନବାବୁ କହିଛନ୍ତି। ଏଥିରେ ୧୭ଲକ୍ଷ ଘର ଭାରତ ସରକାରଙ୍କ ପଇସାରେ ହୋଇଥିବାବେଳେ ଗତ ୩ବର୍ଷ ହେଲା ବିଜୁ ପକ୍କାଘର ପାଇଁ ରାଜ୍ୟ ସରକାର ଟଙ୍କାଟିଏ ଦେଇନାହାନ୍ତି। ତଥାପି ୨୦ଲକ୍ଷ ଘର ସେମାନେ କରିଛନ୍ତି ବୋଲି ବାହାସ୍ଫୋଟ ମାରୁଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିବା ସହ ସ୍ୱାସ୍ଥ୍ୟସେବା,ପଞ୍ଚାୟତିରାଜ, ଶିକ୍ଷକ, ତୃଣମୂଳସ୍ତରରେ ଅସ୍ଥାୟୀ କର୍ମଚାରୀମାନେ ଏବେ ରାଜରାସ୍ତାରେ ନିଜର ହକ୍ ପାଇ ଲଢ଼େଇ କରୁଛନ୍ତି ବୋଲି କହିଛନ୍ତି। ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ ଜମି ପଟ୍ଟା ଦେଇପାରିଲେନି। ମୁଖ୍ୟମନ୍ତ୍ରୀ ରହୁଥିବା ଘରର ୫କିମି ବ୍ୟାସାର୍ଦ୍ଧରେ ମଧ୍ୟ ଅନେକ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ମିଳିପାରିନି। ଏପଟେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେବା ପାଇଁ ‘ଜାଗା’ ଯୋଜନା ବିଶ୍ୱର ସବୁଠୁ ବଡ଼ ସ୍କିମ ବୋଲି କହି ହେଉଛନ୍ତି।

ନିର୍ବାଚନୀ ଇସ୍ତାହାରରେ ସାର୍ବଜନୀନ ସାମାଜିକ ସୁରକ୍ଷା କଥା ବିଜେଡି କହିଥିଲା। କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ ବିଧବା, ବୃଦ୍ଧବୃଦ୍ଧା,ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳିପାରୁନି। ମୁଖ୍ୟମନ୍ତ୍ରୀ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ ନିଜ ପରିବାର ବୋଲି କହିଛନ୍ତି। ପିପିଲି ଓ କୁନ୍ଦୁଲିରେ ଗଣଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଥିବା ଦୁଇ ଝିଅ, ବରଗଡ଼ରେ ଆତ୍ମହତ୍ୟା କରିଥିବା ଚାଷୀ, ଗୁମୁଡୁମୁହାରେ ମୃତ ଆଦିବାସୀ କ’ଣ ତାଙ୍କ ପରିବାରର ନୁହନ୍ତି। ସେମାନଙ୍କୁ ନ୍ୟାୟ ଦେବାକୁ କ’ଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ରାଜ୍ୟର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବନି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଗରିବ ଲୋକମାନେ ସାମିଲ ହୁଅନ୍ତୁ ବୋଲି ଚାହୁଁନାହାନ୍ତି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଅଧିକାରୀମାନେ ଏଥିପାଇଁ ଲୋକଙ୍କୁ ଡରାଇବା ଆରମ୍ଭ କରିଛନ୍ତି ।

ରାଜ୍ୟରେ ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜଳସେଚନ କଥା ମୁଖ୍ୟମନ୍ତ୍ରୀ କହିଥିବାବେଳେ ଲୋଏର ସୁକତେଲ ଓ ଇନ୍ଦ୍ର ପ୍ରକଳ୍ପର ସ୍ଥିତି ଏବେ କ’ଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସେହିପରି ଥ୍ରୀ-ଟି କଥା କହୁଥିବା ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କାଳିଆ ଯୋଜନାର ଆବେଦନକାରୀ ଓ ହିତାଧିକାରୀଙ୍କ ତାଲିକାକୁ ‘କାଳିଆ’ ୱେବସାଇଟରେ ସାର୍ବଜନୀନ କରୁନାହାନ୍ତି। ଏଥିରୁ ତାଙ୍କର ଟେକ୍ନୋଲୋଜି ଓ ସ୍ୱଚ୍ଛତା ବୁଝାପଡ଼ୁଛି। କାଳିଆ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଶ୍ରୀ ପ୍ରଧାନ ସନ୍ଦେହ ବ୍ୟକ୍ତ କରିଛନ୍ତି । ପିଏମ୍ କିଷାନ ଯୋଜନା ପାଇଁ ଏପର୍ଯ୍ୟନ୍ତ ଚାଷୀଙ୍କ ତାଲିକା ମଧ୍ୟ ଦେଲେନି। ରାଜ୍ୟର ଗରିବ ଚାଷୀ ଯଦି କେନ୍ଦ୍ରରୁ ସହାୟତା ପାଇଥାନ୍ତେ ସେଥିରେ ନବୀନବାବୁଙ୍କର କ’ଣ କ୍ଷତି ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ସମସ୍ତ ବିଫଳତାକୁ ଲୁଚାଇବା ପାଇଁ ବନ୍ଦ କୋଠରୀ ଭିତରେ ପ୍ରାୟୋଜିତ ସିଧା ପ୍ରସାରଣ କାର୍ଯ୍ୟକ୍ରମ କରି ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏକଥା ଓଡ଼ିଶାବାସୀ ଭଲଭାବେ ବୁଝିସାରିଲେଣି। ଏ ମିଛୁଆ ରାଧୁଆ ସରକାରର ଖୁବଶୀଘ୍ର ଅନ୍ତ ହେବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିି।



from Odisha Reporter https://ift.tt/2EHsoRZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages