ଖରାପ ଅମ୍ପାୟାରିଂକୁ ନେଇ କୋହଲି ଓ ରୋହିତ ଅସନ୍ତୁଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଖରାପ ଅମ୍ପାୟାରିଂକୁ ନେଇ କୋହଲି ଓ ରୋହିତ ଅସନ୍ତୁଷ୍ଟ

ମୁମ୍ବାଇ: ଚଳିତ ଆଇପିଏଲ ଖରାପ ଅମ୍ପାୟାରିଂ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଗୁରୁବାର ଆଇପିଏଲର ସପ୍ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ରନରେ ପରାସ୍ତ କରିଥିଲା। ଏମ ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୧୮୭ ରନ କରିଥିଲା।

ଜବାବରେ ଏବି ଡି’ଭିଲିୟର୍ସ (୪୧ ବଲରେ ଅପରାଜିତ ୭୦) ଓ ବିରାଟ କୋହଲି (୪୨ ବଲରେ ୪୬ ରନ)ଙ୍କ ଦମଦାର ପ୍ରଦର୍ଶନ ସତ୍ତେ୍ୱ ଆରସିବି ୫ ୱିକେଟରେ ୧୮୧ ରନ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଏହି ବିଜୟରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ମ୍ୟାଚର ଶେଷ ବଲରେ ବାଙ୍ଗାଲୋରକୁ ୭ ରନ ଆବଶ୍ୟକ ଥିଲା।

ଲସିଥ ମାଲିଙ୍ଗା ବୋଲିଂ କରୁଥିଲେ ଏବଂ ସାମ୍ନାରେ ଥିଲେ ଶିବମ ଦୁବେ। ମାଲିଙ୍ଗାଙ୍କ ବଲରେ ଦୁବେ ଲଙ୍ଗ ଅନରେ ଶଟ୍ ଖେଳିଥିଲେ। ଏହି ଶଟରେ ବାଙ୍ଗାଲୋର କୌଣସି ରନ ନେଇନଥିଲା। କିନ୍ତୁ ରିପ୍ଲେରେ ସ୍ପଷ୍ଟ ଦେଖାଯାଉଥିଲା ଯେ, ମାଲିଙ୍ଗାଙ୍କ ପାଦ କ୍ରିଜର ଆଗକୁ ସାମାନ୍ୟ ବଢ଼ିଯାଇଥିଲା। ଅର୍ଥାତ ଏହା ଏକ ନୋ’ ବଲ ଥିଲା, ଯାହାକୁ ଅମ୍ପାୟାର ନୋଟିସ କରିନଥିଲେ।

ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମ୍ୟାଚ ପରେ ସେ କହିଥିଲେ, ଏହା କୌଣସି କ୍ଲବ କ୍ରିକେଟ ନୁହେଁ ବରଂ ଆଇପିଏଲ। ଏହା ବହୁତ ବଡ଼ ଭୁଲ। ଆମେ ସମସ୍ତେ ଆଇପିଏଲ ଖେଳୁଛୁ, କୌଣସି କ୍ଲବ ମ୍ୟାଚ ଖେଳୁନାହୁଁ। ଅମ୍ପାୟାର ନିଜ ଆଖିକୁ ଖୋଲା ରଖିବା ଦରକାର। ଶେଷ ବଲରେ ଏହି ନିଷ୍ପତ୍ତି ବହୁତ ନିନ୍ଦନୀୟ। ରୋମାଞ୍ଚାକର ମ୍ୟାଚରେ ଯଦି ଏଭଳି ନିଷ୍ପତ୍ତି ନିଆଯିବ, ତାହେଲେ ଆଗକୁ କ’ଣ ହେବ ତାହା ଜଣାନାହିଁ। ଅମ୍ପାୟାରଙ୍କୁ ଏଥିପ୍ରତି ଅଧିକ ସଜାଗ ହେବାର ଥିଲା ବୋଲି କୋହଲି କହିଥିଲେ।

ସେହିପରି ଅମ୍ପାୟାରଙ୍କ ନିଷ୍ପତ୍ତିରେ ରୋହିତ ଶର୍ମା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ମଇଦାନ ବାହାରକୁ ଗଲି, ମୋତେ କେହି ଜଣେ କହିଲେ ଯେ, ଶେଷ ବଲଟି ନୋ’ ବଲ ଥିଲା। ଏଭଳି ନିଷ୍ପତ୍ତି କ୍ରିକେଟ ପାଇଁ ଆଦୌ ଶୁଭଙ୍କର ନୁହେଁ। ଏହା ପୂର୍ବରୁ ମଧ୍ୟ ଜସପ୍ରୀତ ବୁମ୍ରାଙ୍କ ଏକ ବଲ ୱାଇଡ୍ ନଥିଲା, କିନ୍ତୁ ଅମ୍ପାୟାର ଏହାକୁ ୱାଇଡ ଦେଇଥିଲେ। ରୋମାଞ୍ଚକର ମ୍ୟାଚରେ ଏଭଳି ନିଷ୍ପତ୍ତି କୌଣସି ଦଳ ପାଇଁ ମହଙ୍ଗା ପଡ଼ିପାରେ।



from Odisha Reporter https://ift.tt/2WyyQSx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages