ଜାଣନ୍ତୁ କେଉଁ ବାସନ ବ୍ୟବହାର କଲେ କିପରି ଲାଭ ମିଳିଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଜାଣନ୍ତୁ କେଉଁ ବାସନ ବ୍ୟବହାର କଲେ କିପରି ଲାଭ ମିଳିଥାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଘରେ ଅନେକ ପ୍ରକାରର ବାସନ ରହିଥାଏ। ଆମେ ସେସବୁକୁ ଆମ ଆବଶ୍ୟକତା ଅନୁସାରେ ବ୍ୟବହାର କରିଥାଉ। ଆପଣ ଜାଣଛନ୍ତି କି କେଉଁ ସବୁ ବାସନ ବ୍ୟବହାର କଲେ କ’ଣ ସବୁ ଫାଇଦା ମିଳିଥାଏ। କାରଣ ପ୍ରତ୍ୟେକ ବାସନ ବ୍ୟବହାର କରିବା ଦ୍ୱାରା କିଛି ନା କିଛି ଲାଭ ବା କିଛି ନା କିଛି କ୍ଷତି ମଧ୍ୟ ଥାଏ। ତେବେ କେଉଁ ବାସନ ବ୍ୟବହାର କଲେ ତାହାର ଶରୀର ଉପରେ କ’ଣ ପ୍ରଭାବ ରହିଥାଏ ଆସନ୍ତୁ ଜାଣିବା।

ମାଟି ପାତ୍ର

ମାଟି ପାତ୍ରରେ ଖାଇବା ସିଝିବା ପାଇଁ ଅଧିକ ସମୟ ନେଇଥାଏ ସତ କିନ୍ତୁ ଏଥିରେ ରୋଷେଇ ହୋଇଥିବା ଖାଦ୍ୟ ଆମ ଶରୀର ପାଇଁ ବହୁ ଲାଭପ୍ରଦ ହୋଇଥାଏ। ଏଥିରେ ତିଆରି ହୋଇଥିବା ଖାଦ୍ୟର ଭିଟାମିନ୍‌ କମି ନଥାଏ। ଆଉ ଆମ ଶରୀରକୁ ଏହା ଦ୍ୱାରା ପୂରା ପୋଷକ ତତ୍ୱ ମିଳିଥାଏ।
ଆହୁରି ମଧ୍ୟ ଆପଣ ଯଦି ମାଟି ପାତ୍ରରେ  ଖାଦ୍ୟ ଖାଇବେ ତାହାଲେ ଆପଣ ଏହାର ଅଲଗା ଏକ ସ୍ୱାଦ ପାଇପାରିବେ।

ଚାନ୍ଦିର ବାସନ

ଚାନ୍ଦି ଏକ ଥଣ୍ଡା ଧାତୁ। ଏଥିରେ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର  ଓ ମନକୁ ଶାନ୍ତ ରଖିଥାଏ। ଏହି ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମ ମସ୍ତିସ୍କ ସଦା ଚଳଚଞ୍ଚଳ ରହିଥାଏ। ଏହା ଦ୍ୱାରା ଆଖି ମଧ୍ୟ ସୁସ୍ଥ ରହେ। ଏହା କଫ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

କଂସା ପାତ୍ର

କଂସା ପାତ୍ରରେ ରୋଷେଇ କରିବା ଦ୍ୱାରା ଆମ ବୁଦ୍ଧି ପ୍ରଖର ହୋଇଥାଏ। ରକ୍ତକୁ ଏହା ପରିସ୍କାର କରିଥାଏ। ଆହୁରି ମଧ୍ୟ ଏହା ଖାଇବା ଯୋଗୁ ଆମକୁ ଭୋକ ଲାଗିଥାଏ।

କିନ୍ତୁ ଏଥିରେ ଖଟା ଦ୍ରବ୍ୟ ଖାଆନ୍ତୁ ନାହିଁ। ଖଟା ଦ୍ରବ୍ୟ ଏଥିରେ ରଖିବା ଦ୍ୱାରା ତାହା ବିଷ ସଦୃଶ ହୋଇଯାଏ। ତେଣୁ ଆପଣ ଏହା ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି।
ଏଥିରେ ରୋଷେଇ କଲେ ଖାଦ୍ୟରୁ କେବଳ ୩% ପୋଷକ ତତ୍ୱ ହିଁ ନଷ୍ଟ ହୋଇଥାଏ।

ତମ୍ବା ପାତ୍ର

ଆପଣ ଜାଣନ୍ତି କି, ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଆମେ ରୋଗ ମୁକ୍ତ ରହିଥାଉ। ଏହି ପାତ୍ରରେ ପାଣି ପିଇବା ଦ୍ୱାରା ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ରକ୍ତକୁ ଶୁଦ୍ଧ କରିଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

ଏଥିରେ ଖାଇବା ଦ୍ୱାରା ଲିଭର ସମସ୍ୟା ଦୂର ହୋଇଥାଏ। ଏହି ପାତ୍ରରେ କିନ୍ତୁ କ୍ଷୀର ପିଇବା ଉଚିତ ନୁହେଁ। ଏହା ଦ୍ୱାରା ଆମ ଶରୀରକୁ କ୍ଷତି ହୋଇପାରେ।

ପିତଳ ବାସନ

ପିତଳ ବାସନରେ ରୋଷେଇ କରିବା ଦ୍ୱାରା ଆମ ଶରୀରରେ ଥିବା କୃମି ନଷ୍ଟ ହୋଇଥାଏ। ଆଉ ଏଥିରେ ଖାଦ୍ୟ ରାନ୍ଧିଲେ  ୭% ପୋଷକ ତତ୍ୱ ନଷ୍ଟ ହୋଇଥାଏ।

ଲୁହା ବାସନ

ଲୁହା ପାତ୍ରରେ ରୋଷେଇ କରିବା ଦ୍ୱାରା ଶରୀରର ଶକ୍ତି ବଢ଼ିଥାଏ। ଏହା ଶରୀରରେ ଜରୁରୀ ପୋଷକ ତତ୍ୱକୁ ବଢ଼ାଇଥାଏ। ଏହା ମଧ୍ୟ ଅନେକ ରୋଗ ହେବାକୁ ଦିଏନାହିଁ। ଏହାଦ୍ୱାରା ଶରୀର ପୀଡା ହେବା ପରି ସମସ୍ୟା ଦେଖାଯାଇ ନ ଥାଏ।

ଏହି ବାସନରେ ଆପଣ କ୍ଷୀର ପିଇପାରିବେ। କିନ୍ତୁ ଏଥିରେ ଆପଣ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ୱାରା ବୁଦ୍ଧି କମ୍‌ ହୋଇଥାଏ।

ଷ୍ଟିଲ୍‌ ବାସନ

ଏହି ବାସନ କ୍ଷତିକାରକ ହୋଇନଥାଏ। ଏଥିରେ ଖାଦ୍ୟ ରାନ୍ଧିବା ବା ଖାଇବା ଦ୍ୱାରା ଆମ ଶରୀରକୁ ଯେପରି କୌଣସି ଲାଭ ହୋଇନ ଥାଏ। ସେହିପରି କୌଣସି କ୍ଷତି ମଧ୍ୟ ହୋଇନଥାଏ।

ଆଲୁମିନିୟମ୍‌ ବାସନ

ଏହା ବକ୍ସାଇଟ୍‌ରୁ ତିଆରି ହୋଇଥାଏ। ଏହି ବାସନରେ ଖାଇବା ଦ୍ୱାରା ଶରୀରକୁ କ୍ଷତି ହିଁ ହୋଇଥାଏ। ଏହା ଖାଦ୍ୟରେ ଥିବା ଆଇରନ୍‌ ଏବଂ କ୍ୟାଲ୍‌ସିୟମ୍‌କୁ ଶୋଷି ନେଇଥାଏ।

ଏହି ପାତ୍ରକୁ ବ୍ୟବହାର ନ କରିବା ଭଲ। ଏହା ଦ୍ୱାରା ହାଡ଼ ଉପରେ କୁପ୍ରଭାବ ପଡିଥାଏ। ଏହା ସହ କିଡ୍‌ନି ଫେଲ୍‌, ମାନସିକ ସ୍ତରରେ ପ୍ରଭାବ ଆଦି ସମସ୍ୟା ଦେଖା ଦେଇପାରେ।



from Odisha Reporter https://ift.tt/2HJTKuF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages