
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ତଦନ୍ତରେ ସହଯୋଗ କରନୁଥିବା ଟେଲିକମ କମ୍ପାନୀ ଭୋଡାଫୋନ ଓ ଏୟାରଟେଲକୁ ସିବିଆଇ ନୋଟିସ କରିଛି। ତଦନ୍ତରେ ସହଯୋଗ କରୁନଥିବା ଦର୍ଶାଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ସିବିଆଇ ।
ସୁପ୍ରିମକୋର୍ଟର ମୁଖ୍ଯ ବିଚାରପତି ରଞ୍ଜନ ଗୋଗେଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନୋଟିସ ପଠାଇଛନ୍ତି।
ପଶ୍ଚିମବଙ୍ଗରେ ଏହି ଚିଟଫଣ୍ଡ ଘୋଟାଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏସଟିଏଫ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାର ମୁଖ୍ୟ ଥିଲେ ରାଜୀବ କୁମାର। ତେବେ ତଦନ୍ତ ବେଳେ ଅନେକ ପ୍ରମାଣ ନଷ୍ଟ କରିଦିଆଯାଇଥିବା ଜଣାପଡ଼ିଥିଲା। ଯେଉଁଥିରେ ତଦନ୍ତ ଅଧିକାରୀ ରାଜୀବ କୁମାରଙ୍କର ସହଯୋଗ ରହିଛି ବୋଲି ସିବିଆଇ ଜାଣିବାକୁ ପାଇଥିଲା। ଏହି ଘୋଟାଲାରେ ଶାସକ ତୃଣମୁଳ କଂଗ୍ରେସର ଅନେକ ନେତା ସାମିଲ ଥିବା ଜଣାପଡ଼ିଛି। ଏବେର କୋଲକାତା ପୋଲିସ କମିଶନର ରାଜୀବ କୁମାର ଏହି ଦୁଇ ଟେଲିକମ କମ୍ପାନୀ ଜରିଆରେ ଅନେକ ଫୋନ କଲ କରିଥିବା ଜଣାପଡ଼ିଛି।
ତେବେ ରାଜୀବ କୁମାର ଏହି ତଦନ୍ତ କରୁଥିବାବେଳେ କାହାକାହା ଯୋଗାଯୋଗରେ ଥିଲେ ଏବଂ କିଏ ତାଙ୍କୁ ପ୍ରମାଣ ନଷ୍ଟ ପାଇଁ ପ୍ରବର୍ତ୍ତାଇଛି ବୋଲି ଜାଣିବାକୁ ଚେଷ୍ଟା କରିଛି ସିବିଆଇ। ରାଜୀବ କୁମାର ତଦନ୍ତ କରୁଥିବାବେଳେ ଭୋଡାଫୋନ ଓ ଏୟାରଟେଲ ସିମ୍ ବ୍ୟବହାର କରୁଥିବା ଜଣାପଡ଼ିବା ପରେ କଲ ଡିଟେଲ୍ସ ପାଇଁ ଏହି ଦୁଇକମ୍ପାନୀକୁ ସିବିଆଇ ପ୍ରମାଣ ମାଗିଛି। ହେଲେ ଏହି ଦୁଇ କମ୍ପାନୀ ତଥ୍ୟ ଦେଉନଥିବା ସିବିଆଇ କୋର୍ଟରେ ଦର୍ଶାଇଛି।
ସେପଟେ ମଙ୍ଗଳବାର ସିବିଆଇ ଶାରଦା ଘୋଟାଲା ତଦନ୍ତର ଷ୍ଟାଟସ୍ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ରିପୋର୍ଟ ଦେଖିବା ପରେ ସିବିଆଇକୁ ଶ୍ରୀ କୁମାରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ ଦାଖଲ କରିବାକୁ କହିଛନ୍ତି।
from Odisha Reporter https://ift.tt/2HSfswL
No comments:
Post a Comment