ଇଣ୍ଡିଆନ୍ ୱେଲ୍ସ: ଫେଡେରରଙ୍କୁ ହରାଇ ଥିଏମ୍ ଚାମ୍ପିଅନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଇଣ୍ଡିଆନ୍ ୱେଲ୍ସ: ଫେଡେରରଙ୍କୁ ହରାଇ ଥିଏମ୍ ଚାମ୍ପିଅନ୍

ଇଣ୍ଡିଆନ୍ ୱେଲ୍ସ: ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡେରରଙ୍କୁ ହରାଇ କ୍ୟାରିୟରର ପ୍ରଥମ ଏଟିପି ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଛନ୍ତି। ଅନ୍ୟପକ୍ଷରେ ଫେଡେରରଙ୍କ ରେକର୍ଡ ଷଷ୍ଠ ଇଣ୍ଡିଆନ୍ ୱେଲ୍ସ ଟାଇଟଲ୍ ଜିତିବାର ଆଶା ଧୂଳିସାତ୍ ହୋଇଛି। ୨୫ ବର୍ଷୀୟ ଥିଏମ୍ ୨ ଘଣ୍ଟା ୨ ମିନିଟ୍ ଧରି ଚାଲିଥିବା ଫାଇନାଲରେ ଫେଡେରରଙ୍କୁ ୩-୬, ୬-୩, ୭-୫ ସେଟରେ ହରାଇଛନ୍ତି। ବିଶ୍ୱର ୮ ନମ୍ବର ଖେଳାଳି ଥିଏମ୍ ଦୁଇଥର ମାଡ୍ରିଡ୍ ମାଷ୍ଟର୍ସ ଫାଇନାଲରେ ହାରି ରନର୍ସଅପ୍ ହୋଇଥିଲେ। କିନ୍ତୁ ଏଥର ସେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ହରାଇ କ୍ୟାରିୟରର ପ୍ରଥମ ଏଟିପି-୧୦୦୦ ଟାଇଟଲ୍ ଜିତିଛନ୍ତି।

ଫେଡେରରଙ୍କ ବିରୋଧରେ ଖେଳିଥିବା ୫ ମୁକାବିଲାରୁ ଥିଏମଙ୍କ ଏହା ତୃତୀୟ ବିଜୟ। ମ୍ୟାଚର ତୃତୀୟ ସେଟର ୧୧ତମ ଗେମରେ ଥିଏମ୍ ନିର୍ଣ୍ଣାୟକ ବ୍ରେକ୍ ପଏଣ୍ଟ ହାସଲ କରିଥିଲେ। ଦ୍ୱାଦଶ ଗେମରେ ସେ ନିଭ ସର୍ଭିସ ବଜାୟ ରଖି ମ୍ୟାଚ୍କୁ ଜିତି ନେଇଥିଲେ। ନିକଟରେ ଦୁବାଇରେ ନିଜର ୧୦୦ତମ ଟାଇଟଲ୍ ଜିତିଥିବା ଫେଡେରରଙ୍କ ପାଖରେ ରେକର୍ଡ ଷଷ୍ଠ ଇଣ୍ଡିଆନ୍ ୱେଲ୍ସ ଟାଇଟଲ୍ ଜିତିବାର ଭଲ ସୁଯୋଗ ଥିଲା। ଅନ୍ୟପକ୍ଷରେ ୧୯୯୭ରେ ଥୋମାସ ମୁଷ୍ଟର (ମିଆମି ଟାଇଟଲ)ଙ୍କ ପରେ ଥିଏମ୍ ପ୍ରଥମ ଅଷ୍ଟ୍ରିଆନ୍ ଖେଳାଳି ଭାବେ ମାଷ୍ଟର୍ସ-୧୦୦୦ ଟାଇଟଲ୍ ଜିତିଛନ୍ତି।



from Odisha Reporter https://ift.tt/2TPCfyL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages