ସଟ୍ଟା ବଜାରରେ ଚାଲିଛି ବିଜେପି କ୍ରେଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ସଟ୍ଟା ବଜାରରେ ଚାଲିଛି ବିଜେପି କ୍ରେଜ୍‌

ଜୟପୁର: ଆସନ୍ତା ନିର୍ବାଚନ କିଏ ଜିତିବ, ତା’କୁ ନେଇ ଚାରିଆଡ଼େ ଚର୍ଚ୍ଚା। ତେବେ ସଟ୍ଟା ବଜାରରେ ନିର୍ବାଚନ କିଏ ଜିତିବ, ତା’କୁ ନେଇ ପୂର୍ବାନୁମାନ କରିବା ଆରମ୍ଭ ହୋଇଯାଇଛି।

ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପୁଣି କେନ୍ଦ୍ରରେ ବାଜିମାତ କରିବ ବୋଲି ସଟ୍ଟା ବଜାର ଗୁଡ଼ିକ ପକ୍ଷରୁ ଆକଳନ କରାଯାଇଛି। ବିଶେଷ କରି ରାଜସ୍ଥାନର ଯୋଧପୁର ନିକଟରେ ଥିବା ଫାଲୋଡି ସ୍ଥିତ ସଟ୍ଟା ବଜାରରେ ବିଜେପି ଓ ଏନ୍‌ଡିଏର କ୍ରେଜ ଦେଖିବାକୁ ମିଳିଛି।

ସଟ୍ଟା ବଜାର ଆକଳନ ଅନୁଯାୟୀ, ଏଥିର ଏନ୍‌ଡିଏ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ। ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ୨୫୦ରୁ ଅଧିକ ଆସନ ଜିତିବ ଏବଂ ଏନ୍‌ଡିଏ ୩୦୦ରୁ ୩୫୦ଟି ଆସନ ଦଖଲ କରି ପୁଣିଥରେ ଦେଶରେ ଶାସନ କରିବ ବୋଲି ସଟ୍ଟା ବଜାର ପକ୍ଷରୁ ଆକଳନ କରାଯାଇଛି।

ରାଜସ୍ଥାନ କଥା ବିଚାରକୁ ନେଲେ ଏଠାକାର ୨୫ଟି ଲୋକସଭା ଆସନରୁ ବିଜେପି ଏକାକୀ ୧୮ରୁ ୨୦ଟି ଆସନ ଜିତିବ ବୋଲି ସଟ୍ଟା ବଜାର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସଟ୍ଟା ବଜାରର କହିବା ଅନୁଯାୟୀ, ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ ପରେ ମୋଦି ସରକାରଙ୍କ ଲୋକପ୍ରିୟତା ଅଧିକ ବଢ଼ିଛି। ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ସଟ୍ଟା ବଜାର ଏନ୍‌ଡିଏ ୨୮୦ଟି ସିଟ୍‌ ପାଇବ ବୋଲି ଆକଳନ କରିଥିଲା। ହେଲେ ଏୟାର ଷ୍ଟ୍ରାଇକ୍‌ ପରେ ବିଜେପି ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ କଂଗ୍ରେସର ନିର୍ବାଚନୀ ଫଳାଫଳ ସମ୍ପର୍କରେ ମଧ୍ୟ ସଟ୍ଟା ବଜାର ଆକଳନ କରିଛି। ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ କଂଗ୍ରେସ ୧୦୦ଟି ଆସନ ଜିତିବ ବୋଲି କୁହାଯାଉଥିଲା। ହେଲେ ଏବେ ଏହା ୭୨-୭୪କୁ ଖସି ଆସିଛି।



from Odisha Reporter https://ift.tt/2JyWvAT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages