ଗଙ୍ଗା ଯାତ୍ରାରୁ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଗଙ୍ଗା ଯାତ୍ରାରୁ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଲେ ପ୍ରିୟଙ୍କା

ପ୍ରୟାଗରାଜ(ଆହ୍ଲାବାଦ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରା ଗଙ୍ଗା ଯାତ୍ରାରୁ ନିଜର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ପ୍ରିୟଙ୍କା ସଙ୍ଗମରୁ ଡଙ୍ଗା ଯୋଗେ ଗଙ୍ଗା ନଦୀର ଅରାଲୀ ଘାଟ ପର୍ଯ୍ୟନ୍ତ ଯାଇଥିଲେ। ସଙ୍ଗମଠାରେ ପୂଜାର୍ଚ୍ଚନା କରିବା ସହିତ ସେ ତାଙ୍କର ୩ ଦିନିଆ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରିୟଙ୍କା ଗତକାଲି ରାତିରୁ ପ୍ରୟାଗରାଜ ଆସି ସ୍ଥାନୀୟ ସ୍ୱରାଜ ଭବନରେ ରହିଥିଲେ।

ଆଜି ସକାଳେ ସେ ପ୍ରଥମେ ଆକବର ପୋର୍ଟରେ ଥିବା ପ୍ରସିଦ୍ଧ ଅକ୍ଷୟବଟ ଦର୍ଶନ କରିଥିଲେ। ଏହାପରେ ସେ ବଡ଼ ହନୁମାନ ମନ୍ଦିରରେ ଆରତି କରି ୨୦୧୯ରେ କଂଗ୍ରେସର ଡଙ୍ଗା କେମିତି ନିର୍ବାଚନ ବୈତରଣୀ ପାର ହେବ ସେନେଇ ପ୍ରାର୍ଥନା କରିଥିଲେ। ଏଠାରେ ଆରତି କରିବା ପରେ ସେ ସଙ୍ଗମରେ ପହଞ୍ଚିଥିଲେ।

ଏଠାରେ ସକାଳୁ ତାଙ୍କୁ ଦେଖିବାକୁ ଅପେକ୍ଷା କରିଥିବା ସମର୍ଥକଙ୍କ ସହ ପ୍ରିୟଙ୍କା କିଛି ସମୟ ଅତିବାହିତ କରିଥିଲେ। ନଦୀ କୂଳରେ ବସି ବ୍ୟବସାୟ କରୁଥିବା ଦୋକାନୀମାନଙ୍କ ସହ ମଧ୍ୟ ପ୍ରିୟଙ୍କା କଥା ହୋଇଥିଲେ। ଏଥିସହ କିଛି ଲୋକଙ୍କ ସହ ପ୍ରିୟଙ୍କା ସେଲଫି ମଧ୍ୟ ନେଇଥିଲେ। ସେଠାରୁ ପ୍ରିୟଙ୍କା ସିଧା ଡଙ୍ଗାକୁ ଚାଲି ଯାଇଥିଲେ। ସେଠାରେ ସେ ହାତ ହଲାଇ କୂଳରେ ସମବେତ ହୋଇଥିବା ଲୋକଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।



from Odisha Reporter https://ift.tt/2Y7NXnN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages