ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଉତ୍ତେଜନା

martyar

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ ଝିଲିକି ଗାଁରେ ଆଜି ଭୋର୍‌ରେ ବିଏସ୍‌ଏଫ୍‌ ଯବାନ ସାଗର ଗୌଡ଼ଙ୍କ ମରଶରୀର ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାରର ଜଣଙ୍କୁ ଚାକିରି ଓ ସରକାରୀ ସହାୟତା ଦାବି କରି ତାଙ୍କ ପରିବାର ଲୋକେ ମରଶରୀରକୁ ଗ୍ରହଣ କରି ନଥିଲେ।

ଘଟଣାସ୍ଥଳରେ ବିଏସ୍‌ଏଫ୍‌ ଏସ୍‌ଆଇ ଏ.ଏଲ୍‌ ତିର୍କୀ, କନଷ୍ଟେବଲ ରାଜେନ୍ଦ୍ର ସିଂ ଓ ମୋହନା ପୁଲିସ୍‌ ପହଞ୍ଚି ଯବାନଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ନିୟମ ଅନୁଯାୟୀ ସମସ୍ତ ସହାୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ପରିବାର ଲୋକେ ସାଗରଙ୍କ ମରଶରୀରକୁ ଗ୍ରହଣ କରିଥିଲେ। ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ସାଗରଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଗତ ମଙ୍ଗଳବାର ପଶ୍ଚିମବଙ୍ଗ ସୀମା ପତିରାମ ଅଞ୍ଚଳରେ ସାଗର ଡ୍ୟୁଟିରେ ଥିବା ବେଳେ ନିଜ ସର୍ଭିସ ରାଇଫଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିଲା। ବିଏସ୍ଏଫ୍ ପକ୍ଷରୁ ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ମରଶରୀରକୁ ହସ୍ତାନ୍ତର କରିବା ପାଇଁ ଝିଲିକି ଗାଁକୁ ଆଣାଯାଇଥିଲା। ତେବେ ମରଶରୀର ଏଠାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସାଗର ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।



from Odisha Reporter https://ift.tt/2WyyEmh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages