ପାଇଲଟ୍‌ ଅଭିନନ୍ଦନଙ୍କୁ ମାନସିକ ନିର୍ଯାତନା ଦେଇଥିଲା ପାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ପାଇଲଟ୍‌ ଅଭିନନ୍ଦନଙ୍କୁ ମାନସିକ ନିର୍ଯାତନା ଦେଇଥିଲା ପାକ୍‌

ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ତଥା ବୀର ଯୋଦ୍ଧା ଅଭିନନ୍ଦନ ବର୍ତମାନଙ୍କୁ ଶାନ୍ତିର ବାର୍ତ୍ତା ଦେଉଥିବା ପାକିସ୍ତାନ କେଉଁଭଳି ନିର୍ଯାତନା ଦେଉଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି। ଭାରତର ଚାପ ଓ ବିଶ୍ୱ ସମୁଦାୟର ନାଲି ଆଖିରୁ ବର୍ତ୍ତିବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଅଭିନନ୍ଦନଙ୍କୁ କୌଣସି ପ୍ରକାରର ଶାରୀରିକ ନିର୍ଯାତନା ଦେଇନାହାନ୍ତି ସତ କିନ୍ତୁ ପାକ୍‌ ସେନା ତାଙ୍କୁ ମାନସିକ ସ୍ତରରେ ଅନେକ ହଇରାଣ କରିଥିବା ଜଣାପଡ଼ିଛି।

ଏକଥା ଖୋଦ୍‌ ଗତକାଲି ଭାରତ ଫେରିଥିବା ବୀର ଅଭିନନ୍ଦନ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି। ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନ ଏବେ ସେନାର ମୁଖ୍ୟ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ସେ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି।

ପାକିସ୍ତାନ ସେନା ପ୍ରଥମେ ତାଙ୍କ ଉପରେ ଚାପ ପକାଇ ବିଭିନ୍ନ ତଥ୍ୟ ନେବାକୁ ଚେଷ୍ଟା କରିଥିଲା। ଏହାପରେ ଭାରତର ଗଣମାଧ୍ୟମକୁ ବଦନାମ କରିବାକୁ ପାକିସ୍ତାନ ସେନା ଚେଷ୍ଟା କରିଥିଲା। ଏଥିପାଇଁ ପାକିସ୍ତାନ ନିଜର ଆତ୍ମପ୍ରଚାର ପାଇଁ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲା। ଯେଉଁଥିରେ ଅଭିନନ୍ଦନ ବେଶ ଚାପରେ ଥିବା ଜଣାପଡ଼ି ଥିଲା।

ତାଙ୍କ ମୁହଁରେ ପାକିସ୍ତାନ ନିଜ ସେନାର ପ୍ରଚାର କରାଇଥିଲା। ଏହି ଭିଡିଓରେ ଏକାଧିକ କଟ୍‌ ରହିଥିବାରୁ, ପାକିସ୍ତାନ ସେନା ନିଜକୁ ସୁହାଇଲା ଭଳି କାର୍ଯ୍ୟ କରିଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଏବେ ଅଭିନନ୍ଦନ ଭାରତ ଫେରିବା ପରେ ସବୁ ସତ କଥା କହିଛନ୍ତି। ତାଙ୍କୁ ପାକିସ୍ତାନ ସେନା କେମିତି ଚାପ ପକାଇ ଭିଡିଓ ପ୍ରସ୍ତୁତ କରିଥିଲା, ସେକଥା ମଧ୍ୟ ସେ କହିଛନ୍ତି।

୨୭ ଫେବୃଆରୀରେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନ ଯୁଦ୍ଧ ବିମାନର ମୁକାବିଲା କରିଥିଲେ ପାଇଲଟ୍‌ ଅଭିନନ୍ଦନ। ଏହି ଲଢ଼େଇ ବେଳେ ସେ ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ। ଏଠାରେ ତାଙ୍କୁ ଗିରଫ କରାଯାଇଥିଲା। ଶତ୍ରୁ ଗଡ଼ରେ ଦୀର୍ଘ ୫୮ ଘଣ୍ଟା ରହିବା ପରେ ଗତକାଲି ରାତି ୯.୨୨ରେ ପାକିସ୍ତାନ ତାଙ୍କୁ ମୁକ୍ତ କରିଥିଲା। ଏହି ସମୟରେ ତାଙ୍କ ସହ କ’ଣ ଘଟିଥିଲା, ତା’ର ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି।



from Odisha Reporter https://ift.tt/2NBtRNA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages