
ଲକ୍ଷ୍ନୌ: ଅଭିନୟ ଜଗତରୁ ଆସି ରାଜନୀତିରେ ପାଦ ଦେଇଥିବା ଜୟାପ୍ରଦାଙ୍କ ବିରୋଧରେ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇଛନ୍ତି ସମାଜବାଦୀ ପାର୍ଟି(ସପା)ର ନେତା ଫିରୋଜ ଖାନ୍। ଜୟାପ୍ରଦା ୨୦୧୦ ଯାଏ ସପାରେ ରହିଥିଲେ। କିନ୍ତୁ ଏବେ ସେ ବିଜେପିରେ ଯୋଗଦେଇଛନ୍ତି। ବିଜେପି ତାଙ୍କୁ ରାମପୁର ଆସନରୁ ଲୋକସଭା ପ୍ରାର୍ଥୀ କରିଛି। ଏହି ଆସନରେ ତାଙ୍କର ଲଢ଼େଇ ସପା ନେତା ଆଜମ ଖାନ୍ଙ୍କ ବିରୋଧରେ ହେବ।
ଏହି ଲଢ଼େଇ ପୂର୍ବରୁ ସପା ନେତା ଫିରୋଜ ଖାନ୍ ଜୟାପ୍ରଦାଙ୍କୁ ‘ନାଚବାଲି’ ବୋଲି କହିଛନ୍ତି। ସେ କହିଛନ୍ତି, “ଏବେ ରାମପୁରର ସବୁ ସନ୍ଧ୍ୟା ବେଶ ରଙ୍ଗୀନ ହେବ। ଏହି ନିର୍ବାଚନ ସନ୍ଧ୍ୟାରେ ରଙ୍ଗ ମହକିବ। ଏବେ କେହି ନିଜକୁ ନିଜେ ଗୁଣ୍ଡି କହୁଥିବା ବେଳେ କେହି କେହି ନାଚିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେ ଏଭଳି କାର୍ଯ୍ୟ କରି ଟଙ୍କା ରୋଜଗାର କରନ୍ତି। ଏବେ ରାମପୁରବାସୀଙ୍କୁ ସେ ଘୁଙ୍ଗୁର ଓ ଅଣ୍ଟା ହଲାଇବା ଦେଖାଇବେ। ” ଫିରୋଜ ଖାନ୍ଙ୍କ ଏଭଳି ବୟାନକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।
from Odisha Reporter https://ift.tt/2V3b5BU
No comments:
Post a Comment