ମିଶନ୍‌ ଶକ୍ତି: ଭାରତକୁ ଆମେରିକାର ସତର୍କବାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ମିଶନ୍‌ ଶକ୍ତି: ଭାରତକୁ ଆମେରିକାର ସତର୍କବାଣୀ

ୱାଶିଂଟନ୍: ଭାରତ ପକ୍ଷରୁ ଆଣ୍ଟି-ସ୍ୟାଟେଲାଇଟ୍‌ (ଏ-ସ୍ୟାଟ)ର ସଫଳ ପରୀକ୍ଷଣକୁ ନେଇ ଆମେରିକା ଆଜି ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ପକ୍ଷରୁ ଗତକାଲି ମିଶନ୍‌ ଶକ୍ତି ଜରିଆରେ ଲିଓରେ ସକ୍ରିୟ ଥିବା ଏକ ସ୍ୟାଟେଲାଇଟ୍‌କୁ ଏ-ସ୍ୟାଟ କ୍ଷେପଣାସ୍ତ୍ର ଜରିଆରେ ଧ୍ୱଂସ କରାଯାଇଥିଲା।

ତେବେ ଆମେରିକା ପକ୍ଷରୁ ଅନ୍ୟ ସବୁ ଦେଶକୁ ଏଭଳି ପରୀକ୍ଷଣ କରିବାକୁ ବାରଣ କରାଯାଇଛି। କାରଣ ନଷ୍ଟ ହେଉଥିବା ସ୍ୟାଟେଲାଇଟ୍‌ ଗୁଡ଼ିକ ମହାକାଶରେ ଆବର୍ଜନା ସୃଷ୍ଟି କରୁଛନ୍ତି। ଏହା ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଉପଗ୍ରହ ଗୁଡ଼ିକ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଆମେରିକା ପକ୍ଷରୁ ସତର୍କ କରାଯାଇଛି।

ଆମେରିକାର ଆକ୍ଟିଂ ପ୍ରତିରକ୍ଷା ସଚିବ ପ୍ୟାଟ୍ରିକ୍‌ ଶାହାନାହାନ ଫ୍ଲୋରିଡା ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାରତ ପରୀକ୍ଷଣ କରିଥିବା ମିସାଇଲ୍‌ର କୁପ୍ରଭାବ କ’ଣ ପଡ଼ିବ, ସେ ସମ୍ପର୍କରେ ଆମେରିକା ତର୍ଜମା କରୁଛି। ତେବେ ମୁଁ ସମଗ୍ର ବିଶ୍ୱକୁ ଗୋଟିଏ କଥା କହିବାକୁ ଚାହେଁ, ଆମେ ସମସ୍ତେ ମହାକାଶରେ ରହୁଛେ। ତେଣୁ ଏହାକୁ ଅଳିଆ କରିବାକୁ କେହି ଚେଷ୍ଟା କରନ୍ତୁ ନାହିଁ। ମହାକାଶ ଏମିତି ଏକ ସ୍ଥାନ ଯେଉଁଠାରେ ଆମେ ଅନେକ କାର୍ଯ୍ୟ କରିପାରିବା। ମହାକାଶ ଏମିତି ଏକ ସ୍ଥାନ ଯେଉଁଠାରେ ପ୍ରତ୍ୟେକ ଦେଶ ସ୍ୱାଧୀନ ଭାବେ ଚଲାବୁଲା କରିପାରୁଛନ୍ତି। ଭାରତ ନଷ୍ଟ କରିଥିବା ସ୍ୟାଟେଲାଇଟ୍‌ର ଧ୍ୱଂସାବଶେଷ ମହାକାଶରେ ରହୁଛି। ଏହା କେତେବେଳେ ଯେ ପୃଥିବୀ ଉପରେ ପଡ଼ିବ, ସେକଥା କେହି କହିପାରିବେ ନାହିଁ। ଏବେ ଭାରତ ପରୀକ୍ଷଣ କରିଥିବା ସ୍ୟାଟେଲାଇଟ୍‌ର ୨୫୦ ଖଣ୍ଡ ଧ୍ୱାଂସାବଶେଷ ମହାକାଶରେ ବୁଲୁଛି। ଏଗୁଡ଼ିକ ଅନ୍ୟ ଉପଗ୍ରହରେ ମାଡ଼ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର।”

ଭାରତ ସହ ସୁସମ୍ପର୍କ ସ୍ଥାପନ ପାଇଁ ଆମେରିକା ସର୍ବଦା ଚେଷ୍ଟିତ ବୋଲି ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି, ଜାତୀୟ ସୁରକ୍ଷା ପାଇଁ ଆମେରିକା ସର୍ବଦା ଭାରତ ସହ ରହିଛି ଏବଂ ଆଗକୁ ମଧ୍ୟ ମହାକାଶରେ ଭାରତକୁ ସହଯୋଗ କରିବ। ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ପରୀକ୍ଷଣ ସମ୍ପର୍କରେ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍‌ବୋଧନ ଶୁଣିଛୁ। ଦୁଇ ଦେଶର ସ୍ୱାର୍ଥ ବିଜଡ଼ିତ କ୍ଷେତ୍ରରେ ଆମେରିକା ସର୍ବଦା ଭାରତକୁ ସହଯୋଗ କରିବ।



from Odisha Reporter https://ift.tt/2CFMSKE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages