ଟିକେଟ ଅସନ୍ତୋଷକୁ ପ୍ରଶମିତ ଲାଗି କଂଗ୍ରେସର ମାନସମନ୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଟିକେଟ ଅସନ୍ତୋଷକୁ ପ୍ରଶମିତ ଲାଗି କଂଗ୍ରେସର ମାନସମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକେଟ୍ ବଣ୍ଟାକୁ ନେଇ ଶନିବାର ରାତିରେ କଂଗ୍ରେସର ଦଳୀୟ ମୁଖ୍ୟାଳୟରେ କର୍ମୀଙ୍କ ତାଣ୍ଡବ ପରେ ପରବର୍ତ୍ତୀ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ କଂଗ୍ରେସର ଶୀର୍ଷ ନେତୃତ୍ୱମାନେ ଆଜି ମାନସମନ୍ଥନ କରିଛନ୍ତି। କଂଗ୍ରେସ ଭବନରେ ରାଜ୍ୟ କାର୍ଯ୍ୟକାରୀ ପ୍ରଭାରୀ, ପିସିସି ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଦଳ ଏକାଠି ହୋଇଥିଲେ। ଏଯାଏଁ ଦଳ ଦୁଇଟି ପର୍ଯ୍ୟାୟ ଲାଗି ୮୯ ବିଧାନସଭା ଓ ୮ ଲୋକସଭା ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ପ୍ରାର୍ଥୀ ତାଲିକା ଘୋଷଣା ପରେ ଜଳନ୍ଧର କହଁର, ସାଧୁ ନେପାକ, ଦେବୀ ଚାନ୍ଦଙ୍କ ଭଳି ହେଭିୱେଟ୍ ବାଦ୍ ପଡ଼ିଥିବାରୁ ଦଳଠୁ ମୁହଁ ଫେରାଇ ନେଇଛନ୍ତି।

ଟିକେଟକୁ ନେଇ ଆଶାୟୀ ନିରାଶ ହେବା ଓ କର୍ମୀଙ୍କ ମଧ୍ୟରେ କୁହୁଳିଥିବା ଅସନ୍ତୋଷର ମୁକାବିଲା ପାଇଁ ଦଳ ଆଗକୁ କି ରଣନୀତି ଆପଣାଇବ, ତାକୁ ନେଇ ଚିନ୍ତାରେ ନେତୃବୃନ୍ଦ। ଦୁଇଟି ପର୍ଯ୍ୟାୟରେ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬୧ ନୂଆମୁହଁ ଓ ୮ ମହିଳା ଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ସମାନ ଫଣ୍ଡା ଆପଣାଇବ ବୋଲି ସ୍ପଷ୍ଟ କରିଛି ଦଳ।

କିଛି ଆସନରେ ସିପିଆଇ, ସିପିଏମ୍ ଓ ଜେଏମ୍ଏମ୍ ସହ କଂଗ୍ରେସର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ସିପିଆଇକୁ ଆସ୍କା ଲୋକସଭା ସିଟ୍ ସହ ଛତ୍ରପୁର, ବ୍ରଜରାଜନଗର ଓ ବୌଦ୍ଧ ଆସନକୁ ଛାଡିଛି ଦଳ।

ସିପିଏମ୍‌କୁ ଭୁବନେଶ୍ୱର ଲୋକସଭା ସିଟ୍ ସହ ବଣାଇ, ନୀଳଗିରି ଓ ରଣପୁର ଆସନ ଛାଡ଼ିଥିବା ବେଳେ ଜେଏମ୍ଏମ୍ ସହିତ ମୟୂରଭଞ୍ଜ ଲୋକସଭା ‌ଆସନ ସହ ରାଇରଙ୍ଗପୁର, ବାଙ୍ଗିରିପୋଷି, ସାରସକଣା, ମୋରଡ଼ା ଓ ବୀରମିତ୍ରପୁର ବିଧାନସଭା ‌ଆସନ ଲାଗି ବୁଝାମଣା ହୋଇଛି।

ତେବେ ରଣପୁର, ନୀଳଗିରି ଓ ବୀରମିତ୍ରପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ସେସବୁ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏସବୁ ଭିତରେ ଆଜି କଂଗ୍ରେସର ହାତ ଧରିଛନ୍ତି ବୁର୍ଲା ଭିମସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ। ଦଳରେ ସାମିଲ ହେବା ପରେ କଂଗ୍ରେସ ତାଙ୍କୁ ପଶ୍ଟିମ ଓଡ଼ିଶାରେ କୌଣସି ସ୍ଥାନରୁ ବିଧାନସଭା ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2FwD6MD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages