
ନୂଆଦିଲ୍ଲୀ: ଭାରତ ସହ ଶାନ୍ତି ସ୍ଥାପନ କରିବାକୁ ଚାହୁଁଥିବା ଦର୍ଶାଇ ପାକିସ୍ତାନ ଗିରଫ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆଜି ଛାଡ଼ିବ ବୋଲି କହିଛି। କିନ୍ତୁ ବାସ୍ତବରେ ଭାରତର ଚାପରେ ଚେପା ହେବା ପରେ ପାକିସ୍ତାନ ବାଧ୍ୟ ହୋଇ ଅଭିନନ୍ଦନଙ୍କୁ ଛାଡ଼ୁଛି।
ଯଦି ପାକିସ୍ତାନ ପ୍ରକୃତରେ ଭାରତ ସହ ସ୍ଥାପନ କରିବାକୁ ଚାହୁଁଛି, ତା’ହେଲେ ଦେଶରେ ଜେଲରେ ବନ୍ଦୀ ଥିବା ସମସ୍ତ ଯୁଦ୍ଧ ବନ୍ଦୀଙ୍କୁ ମୁକ୍ତ କରୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି।
ଶ୍ରୀ ସିଂହ ଆଜି ପାଇଲଟ୍ ଅଭିନନ୍ଦନଙ୍କୁ ସ୍ୱାଗତ କରିବାକୁ ୱାଘା-ଅଟ୍ଟାରି ସୀମାକୁ ଯାଇଥାଆନ୍ତେ। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ କରିଥିଲେ। ହେଲେ ଆଜି ପ୍ରତିରକ୍ଷା ପ୍ରୋଟୋକଲ୍କୁ ସମ୍ମାନ ଜଣାଇ ସେ ସେଠାକୁ ଯିବେନାହିଁ ବୋଲି କହିଛନ୍ତି। ତେବେ ସେ ପାକିସ୍ତାନକୁ ଏକ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ୧୯୭୧ ଯୁଦ୍ଧ ସମୟରେ ଅନେକ ଭାରତୀୟ ଯବାନ ଓ ସାଧାରଣ ଲୋକଙ୍କୁ ପାକିସ୍ତାନ ଗିରଫ କରି ଜେଲ ପଠାଇ ଦେଇଥିଲା। ସେମାନେ ଏବେ ବି ସେମାନେ ପାକ୍ ଜେଲରେ ରହିଛନ୍ତି। ତେଣୁ ପାଇଲଟ ଅଭିନନ୍ଦନଙ୍କ ଭଳି ସେମାନଙ୍କୁ ମଧ୍ୟ ପାକିସ୍ତାନ ମୁକ୍ତ କରିବା ଦରକାର।
from Odisha Reporter https://ift.tt/2XwSxeF
No comments:
Post a Comment