
ସମ୍ବଲପୁର (ଓଡ଼ିଶା ରିପୋର୍ଟର):ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଲଇକେରାର ନରେନ୍ଦ୍ର ପିଙ୍ଗ, ଦେବଗଡ଼ ରିଆମାଳର ମନଫୁଲ ପ୍ରଧାନ ଓ ଜମାଖେରାର ଅକ୍ଷୟ ଭୋଇ।
ଅଭିଯୁକ୍ତ ମାନଙ୍କୁ କୁଚିଣ୍ଡା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବ। ଏହି ଗିରଫ ଅଭିଯୁକ୍ତମାନେ ବାଘ ଚମଡ଼ାକୁ ବେଆଇନ୍ ଭାବେ ଚାଲାଣ କରିଥାନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି।
from Odisha Reporter https://ift.tt/2OoZHxo
No comments:
Post a Comment