ବିଜେପିର ୨୯୭ ପ୍ରାର୍ଥୀ ତାଲିକାରେ ଦଳ ବଦଳକାରୀଙ୍କୁ ଗୁରୁତ୍ବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ବିଜେପିର ୨୯୭ ପ୍ରାର୍ଥୀ ତାଲିକାରେ ଦଳ ବଦଳକାରୀଙ୍କୁ ଗୁରୁତ୍ବ

ନୂଆଦିଲ୍ଲୀ: ବିଜେପି ୬ଟି ପର୍ଯ୍ୟାୟରେ ମୋଟ ୨୯୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ତେବେ ଓଡି଼ଶା ଓ ପଶ୍ଚିମବଙ୍ଗରେ ଦିଳ ଡିଆଁ ପ୍ରାର୍ଥୀଙ୍କୁ ଟିମ୍ ବିଜେପିରେ ସାମିଲ କରି ନିର୍ବାଚନ ଜିତିବ ବୋଲି ଆଶା ରଖିଛି। ସେହିପରି ଉତ୍ତର ପ୍ରଦେଶ ଓ ବିହାରରେ ସାମାଜିକ ସମୀକରଣକୁ ନଜରରେ ରଖି ପ୍ରାର୍ଥୀ ଦେଇଛି ଏନଡ଼ିଏ(ଜେଡିୟୁ+ବିଜେପି+ଏଲଜେପି) ମେଣ୍ଟ।

ତେବେ ୬ଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ୪ଟି ତାଲିକା ୨୪ ଘଣ୍ଟା ମଧ୍ୟରେ ଘୋଷଣା କରିଛି। ଯେଉଁଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାରଖଣ୍ଡ, ହିମାଚଳ ପ୍ରଦେଶ, କର୍ଣ୍ଣାଟକା, ତେଲେଙ୍ଗାନା, ଗୁଜରାଟ ପାଇଁ ୧୧୨ ଜଣ ପ୍ରାର୍ଥୀ ରହିଛନ୍ତି। ଏ ପର୍ଯ୍ୟନ୍ତ ବିଜେପି ୧୯ ଜଣ ସାଂସଦଙ୍କ ଟିକେଟ କାଟିଥିବାବେଳେ ୪୯ ଜଣଙ୍କୁ ପୁଣିଥରେ ସାଂସଦ ପ୍ରାର୍ଥୀ କରିଛି। ତେବେ କର୍ଣ୍ଣାଟକାର ମାଣ୍ଡ୍ୟା ଓ ଝାରଖଣ୍ଡର ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ଦେଇନାହିଁ। ସେହି ସ୍ଥାନରେ ବିଜେପି ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି।

ଦଳ ବର୍ତ୍ତମାନ ସୁଦ୍ଧା ୧୬୫ ସାଂସଦଙ୍କ ମଧ୍ୟରୁ ୧୨୩ ସାଂସଦଙ୍କୁ ପୁଣିଥରେ ଟିକେଟ ଦେଇଥିବାବେଳେ ୪୨ ସାଂସଦଙ୍କ ଟିକେଟ କାଟିଛି। ଛତିଶଗଡ଼ର ୧୦ ସାଂସଦ, ଝାରଖଣ୍ଡ ଓ ମହାରାଷ୍ଟ୍ରର ୧୦ଟି ଆସନରୁ ୪ ଜଣ ସାଂସଦଙ୍କ ଟିକେଟ କାଟିଛି।

ତେବେ ଚଳିତଥର ଓଡ଼ିଶା ଓ ପଶ୍ଚିମବଙ୍ଗରେ ପୁରୁଣା ପ୍ରାର୍ଥୀଙ୍କ ତୁଳନାରେ ଦଳ ନୂଆ ପ୍ରାର୍ଥୀଙ୍କୁ ଅଧିକ ଭରସା କରିଛି । ଦଳରେ ସେତେ ବଡ଼ ନେତା ନଥିବାରୁ ଦଳ ଡିଆଁ ନେତାଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାରି ହେବ ବୋଲି ବିଜେପି ପ୍ରାର୍ଥୀ ତାଲିକାରୁ ଜଣାପଡ଼ିଛି। ଓଡ଼ିଶାରେ ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା, ବଳଭଦ୍ର ମାଝୀଙ୍କ ସହିତ ପୂର୍ବତନ ଆଇଏଏସ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ଟିକେଟ ଦେଇସାରିଛି। ଏହାରି ଭିତରେ ପୂର୍ବତନ ପୁଲିସ ଡ଼ିଜି ପ୍ରକାଶ ମିଶ୍ର ବିଜେପିରେ ମିଶିଛନ୍ତି। ଆଗାମୀ ଦିନରେ ସେ କଟକ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ପ୍ରଥମଥର ପାଇଁ ପୁରୀ ଆସନରୁ ଦଳ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ଥାନ ଅପରିବର୍ତ୍ତିତ ରହିଛି।

ତେବେ ୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ଯଥା, ଲୋକସଭା ଉପାଧ୍ୟକ୍ଷ କରିୟା ମୁଣ୍ଡା, ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତା କୁମାର ଓ ଦଳର ଭୀଷ୍ମପିତାମହ ଆଡ଼ଭାନୀଙ୍କ ଟିକେଟ କାଟିଛି ବୋଲି ଜଣାପଡ଼ିଛି। ଅବଶ୍ୟ ଶାନ୍ତା କୁମାର ଚଳିତଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। ତେବେ ବିଜେପି କରିୟା ମୁଣ୍ଡାଙ୍କ ସ୍ଥାନରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଖୁଣ୍ଟିରୁ ପ୍ରାର୍ଥୀ କରିଛି।

ସେହିପରି ମଧ୍ୟପ୍ରଦେଶର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଗ୍ବାଲିଅର ବଦଳରେ ମୁରୌନରୁ ଟିକେଟ ମିଳିଥିବାବେଳେ ଦଳ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଭଣଜା ଅନୁପ ମିଶ୍ରାଙ୍କ ଟିକେଟ କାଟିଛି। କାରଣ ବିଧାନସଭା ନିର୍ବାଚନରେ ଅନୁପ ହାରିଥିଲେ।

ତେବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ କିନ୍ତୁ ସେ ପ୍ରତିନିଧିତ୍ବ କରୁଥିବା ବିଦିଶା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇ ନାହିଁ। କାରଣ ଦଳ ତାଙ୍କୁ ପୁଣିଥରେ ସେହି ଆସନରୁ ଲଢ଼ିବା ପାଇଁ କହୁଥିବା ଜଣାପଡ଼ିଛି। ସେହିପରି ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କ ଇନ୍ଦୋର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନାହିଁ। ତାଙ୍କର ବୟସ ୭୫ରୁ ଅଧିକ ହୋଇଥିବାରୁ ଦଳ ଏ ବାବଦରେ ବିଚାର ବିମର୍ଶ କରୁଥିବା ଜଣାପଡ଼ିଛି।

୨୪ ଘଣ୍ଚାରେ ଜାରି ହୋଇଥିବା ୪ଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଦେଖିଲେ ମଧ୍ୟପ୍ରଦେଶର ୫ ସାଂସଦଙ୍କ ଟିକେଟ କାଟିଥିବାବେଳେ ୧୦ ସାଂସଦଙ୍କ ଉପରେ ପୁଣିଥରେ ଦଳ ଭରସା କରିଛି। ଗୁଜରାଟର ୧୪ ସାଂସଦଙ୍କୁ ପୁଣିଥରେ ଟିକେଟ ମିଳିଥିବାବେଳେ ଜଣେ ସାଂସଦଙ୍କ ଟିକେଟ କଟିଛି। ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ଟିକେଟ ମଧ୍ୟ କଟିଛି।



from Odisha Reporter https://ift.tt/2FvpFfR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages