ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସର ଦାଦାଗିରି। ବିକ୍ଷୋଭ କରୁଥିବା ବେଳେ କଟକରେ ଆନ୍ଦୋଳନକାରୀଙ୍କୁ ପୁଲିସ ଚାପୁଡ଼ା ମାରିଥିବା ବେଳେ ସମ୍ୱଲପୁର ଜିଲ୍ଲାରେ ଜଣେ ଏଏସ୍‌ଆଇ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଘଟଣାରେ ଭିଡିଓ ଭାଇରାଲ୍‌ ହେବା ପରେ ସମ୍ୱଲପୁର ଏସ୍‌ପି ରେଙ୍ଗାଲି ଏଏସ୍‌ଆଇଙ୍କୁ ସସ୍‌ପେଣ୍ଡ କରିଛନ୍ତି।

କମିଶନରେଟ୍‌ ପୁଲିସର ଦାଦାଗିରି। କଟକ ଏସିପି ଏସ୍‌.କେ. ସରିଫୁଦ୍ଦିନ୍ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏସିପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। (କଟକ ଭିଡିଓ)

ଗତ ମଙ୍ଗଳବାର ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ସଂଗଠନ ପକ୍ଷରୁ ବାଦାମବାଡ଼ିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ ଏହାକୁ ବିରୋଧ କରିଥିଲା। ସଙ୍ଗଠନର କର୍ମକର୍ତ୍ତାମାନେ ବଳପୂର୍ବକ ଯିବାକୁ ଚେଷ୍ଟା କରିବାରୁ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାର ଭିଡିଓ ଜଣେ ଯୁବକ ମୋବାଇଲ୍‌ରେ ରେକର୍ଡିଂ କରୁଥିଲେ। ଏତିକିବେଳେ ଏସିପି ସରିଫୁଦ୍ଦିନ ସେଠାରେ ପହଞ୍ଚି ଭିଡିଓ ଉଠାଉଥିବା ଯୁବକଙ୍କୁ ଗାଳିଗୁଲଜ କରିବା ସହ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ମାଡ଼ମରା ଭିଡିଓ ଏବେ ଭାଇରାଲ୍‌ ହୋଇଛି। ତେବେ ଏ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିନାହିଁ।

ସେହିପରି ସମ୍ବଲପୁର ଜିଲ୍ଲାରେ ମହଙ୍ଗା ପଡ଼ିଛି ଜଣେ ବୃଦ୍ଧାଙ୍କୁ ପୁଲିସର ମାଡ଼। ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ସସ୍‌ପେଣ୍ଡ ହୋଇଛନ୍ତି ରେଙ୍ଗାଲି ଥାନା ASI ଦ୍ରୋଣାଚାର୍ଯ୍ୟ ସାହୁ। ଥାନା ଭିତରେ ମାଡ଼ ମାରିବା ଅଭିଯୋଗରେ ତାଙ୍କ ସସ୍‌ପେଣ୍ଡ କରିଛନ୍ତି ଏସ୍‌ପି। ଘଟଣାଟି ଗତ ଗଣେଶ ପୂଜା ସମୟରେ ଘଟିଥିଲା। ରେଙ୍ଗାଲିରେ ଗଣେଶ ପୂଜା ଭସାଣି ବେଳେ ମହିଳା ଜଣଙ୍କୁ ପୁଲିସ ଥାନାକୁ ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ମାଡ଼ର ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ପୁଲିସ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି। (ଦେଖନ୍ତୁ ରେଙ୍ଗାଲି ଥାନାରେ ଘଟିଥିବା ଗଣେଶ ପୂଜା ବେଳର ସେହି ଦୃଶ୍ୟ।)

 



from Odisha Reporter https://ift.tt/2J9D29J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages