
ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନାମରେ ସୋଶାଲ ମିଡିଆରେ କୌଣସି ଆକାଉଣ୍ଟ ନାହିଁ। ଭାରତୀୟ ବାୟୁସେନା ଟ୍ଵିଟ କରି ଏହି ସୂଚନା ଦେଇଛି। ଅଭିନନ୍ଦନଙ୍କ ନାଁରେ ତିଆରି ହୋଇଥିବା ଆକାଉଣ୍ଟ ଜରିଆରେ ମିଛ ଖବର ପ୍ରଚାର କରାଯାଉଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛି ଭାରତୀୟ ବାୟୁସେନା ।
ଫେସବୁକ, ଟ୍ଵିଟର ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଆକାଉଣ୍ଟ ନଥିବା ସ୍ପଷ୍ଟ କରାଯାଇଛି । ପାକିସ୍ତାନର ଯୁଦ୍ଧ ବିମାନକୁ କ୍ଷତିଗ୍ରସ୍ତ କରି ତଳକୁ ଖସାଇ ଦେଇଥିଲେ ଭାରତର ଏହି ବୀର । ଏହାପରେ ନିଜ ବିମାନ ନଷ୍ଟ ହୋଇଯିବାରୁ ପାରାଚୁଟ ଯୋଗେ ପାକିସ୍ତାନ ଅଧିକୃତ କଶ୍ମୀରରେ ଖସି ପଡିଥିଲେ। ଏହାପରେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ଅଟକ ରଖିଥିଲେ। ତେବେ ୫୬ ଘଣ୍ଟା ପରେ ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇ ଥିଲା ପାକିସ୍ତାନ। ଶେଷରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ି ଦେଇଥିଲା।
ଏହାପରେ ଅଭିନନ୍ଦନଙ୍କୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଏହାର ସୁଯୋଗ ନେଇ ସୋଶାଲ ମିଡିଆରେ ଅଭିନନ୍ଦନଙ୍କ ନାଁରେ ଗୁଡାଏ ଫେକ ଆକାଉଣ୍ଟ ଦେଖିବାକୁ ମିଳିଛି । ଯେଉଁଥିରେ ଅଭିନନ୍ଦନଙ୍କ ଫଟୋ ପ୍ରୋଫାଇଲ ପିକଚରରେ ରହିଛି।
from Odisha Reporter https://ift.tt/2tRFiaO
No comments:
Post a Comment