
ଚେନ୍ନାଇ: ଚଳିତ ଆଇପିଏଲର ଦ୍ୱାଦଶ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୫ ରନ୍ କରିଛି। ଫଳରେ ରାଜସ୍ଥାନକୁ ମ୍ୟାଚ୍ ଜିତିବା ପାଇଁ ୧୭୬ ରନ୍ କରିବାକୁ ପଡ଼ିବ।
ଧୋନି ୪୬ ବଲରେ ୪ ଚୌକା ଓ ୪ ଛକା ସହ ୭୫ ରନ୍ କରି ଅପରାଜିତ ରହିଛନ୍ତି। ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ୍ ଜିତି ଘରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଚେନ୍ନାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।
ଦଳ ୨୭ ରନରେ ତା’ର ତିନି ମୂଲ୍ୟବାନ୍ ୱିକେଟ ହରାଇଥିଲା। ଅମ୍ବାତି ରାୟୁଡୁ (୧), ଶେନ୍ ୱାଟସନ୍ (୧୩) ଓ କେଦାର ଯାଦବ (୮) ନିରାଶ କରିଥିବା ବେଳେ ଧୋନି ଓ ସୁରେଶ ରାଇନା ଚତୁର୍ଥ ୱିକେଟ ପାଇଁ ୬୧ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ରାଇନା ୩୬ ରନ୍ କରି ଜୟଦେବ ଉନାଦକତଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଧୋନିଙ୍କୁ ଭରପୂର ସହଯୋଗ କରିଥିଲେ ଡ୍ୱେନ୍ ବ୍ରାଭୋ।
ଦୁହେଁ ପଞ୍ଚମ ୱିକେଟ ପାଇଁ ୫୬ ରନର ଭାଗୀଦାରୀ ଦଳର ସ୍କୋର ୧୫୦ ରନରେ ପହଞ୍ଚାଇଥିଲେ। ବ୍ରାଭୋ ୧୬ ବଲରେ ୩ ଚୌକା ଓ ୧ ଛକା ସହ ୨୭ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଧୋନି ଅର୍ଦ୍ଧଶତକ ମାରି ଦଳକୁ ୧୭୫ ରନରେ ପହଞ୍ଚାଇଥିଲେ। ଧୋନିଙ୍କ ସହ ରବୀନ୍ଦ୍ର ଜାଡେଜା (୮) ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୨ଟି, ଧୱଲ କୁଲକର୍ଣ୍ଣି, ବେନ୍ ଷ୍ଟୋକ୍ସ ଓ ଉନାଦକତ୍ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
from Odisha Reporter https://ift.tt/2WCWLjY
No comments:
Post a Comment