
ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଆଜି ବିଜେଡି ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।ଏଥିରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
୬ରୁ ୭ ଜଣ ଯୁବକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି। କାର୍ଯ୍ୟାଳୟ ଆଗରେ ଲାଗିଥିବା ବୋର୍ଡ ଭାଙ୍ଗିବା ସହିତ ହୋର୍ଡିଂ ଚିରି ପକାଇଛନ୍ତି। ଏପରିକି କାର୍ଯ୍ୟାଳୟ ଆଗରେ ଲାଗିଥିବା ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ମଧ୍ୟ ଚିରି ପକାଇଛନ୍ତି। ସେହିପରି ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ପୁଲିସ ମୁତୟନ ହୋଇଛନ୍ତି।
ବିଧାୟକ ପ୍ରାର୍ଥୀ ଭାବେ ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥୀତ୍ୱର ତାତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
from Odisha Reporter https://ift.tt/2HOWUNK
No comments:
Post a Comment