ଭକ୍ତି ଆଳରେ ଲିଙ୍ଗରାଜଙ୍କ ହୁଣ୍ଡିରୁ ଲୁଟ୍, ଧରିନେଲା ସିସିଟିଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଭକ୍ତି ଆଳରେ ଲିଙ୍ଗରାଜଙ୍କ ହୁଣ୍ଡିରୁ ଲୁଟ୍, ଧରିନେଲା ସିସିଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଭକ୍ତି ଆଳରେ ସମସ୍ତଙ୍କ ଆଖି ସାମନାରେ ଲୁଟ୍। ପୁଲିସ୍‌ ଓ ମନ୍ଦିର ପ୍ରଶାସନକୁ ଚକ୍‌ମା ଦେଇ ହୁଣ୍ଡିରୁ ଟଙ୍କା ଚମ୍ପଟ୍ ହୋଇଛି। ବେଶ୍ କିଛି ଦିନ ଧରି ମହାପ୍ରଭୁ ଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଚୋରୀ ହେଉଥିବାବେଳେ ଲୁଟ୍ ସମୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।

ସିସିଟିଭି ଭଡ଼ିଓରୁ ଦେଖିବାକୁ ମିଳିଛି ଭକ୍ତି ବାହାନାରେ କିଭଳି ହୁଣ୍ଡିରୁ ଲୁଟେରା ଭକ୍ତ ଲୁଟ୍ କରୁଥିଲା। ହୁଣ୍ଡିରେ ଟଙ୍କା ପକାଇବା ବାହାନାରେ ପ୍ରଥମେ ଏକ କାଗଜ ଠୁଙ୍ଗାକୁ କୌଶଳକ୍ରମେ ହୁଣ୍ଡି ଭିତରେ ଲଗାଉଥିଲା। ଏହାପରେ ଲୁଟେରାର ଆରମ୍ଭ ହେଉଥିଲା ଭକ୍ତି। କେତେବେଳେ ଜୋଡହସ୍ତ ମୁଦ୍ରାରେ ତ’ କେତେବେଳେ ଦୁଇବାହୁ ଖୋଲି ମହାପ୍ରଭୁଙ୍କୁ ଆରାଧନା କରୁଥିଲା। ହୁଣ୍ଡି ଚାରିପାଖେ ବୁଲିବା ସହ ଠୁଙ୍ଗା ଠିକ୍ ଅଛି କି ନାହିଁ ମଝିରେ ମଝିରେ ତଦାରଖ କରୁଥିଲା। କିଛି ସମୟ ପରେ ଠୁଙ୍ଗାରେ ଟଙ୍କା ପଡିବା ପରେ କୌଶଳ କ୍ରମେ ଠୁଙ୍ଗା ଧରି ଚମ୍ପଟ ମାରୁଥିଲା।

ତେବେ ଗତ ୧୬ ତାରିଖରେ ପୁରା ଘଟଣା ପଦାକୁ ଆସିଥିଲା । ଲିଙ୍ଗରାଜଙ୍କ ହୁଣ୍ଡି ଖୋଲିବାପରେ ସେଥିରୁ କିଛି ଠୁଙ୍ଗା ବାହାରିଥିଲା। ଏହା ହୁଣ୍ଡି ଭିତରକୁ କେମିତି ଆସିଲା ସନ୍ଦେହ ହେବା ସହ, ଗତବର୍ଷ ମହାଶିବରାତ୍ରୀ ତୁଳନାରେ ଚଳିତ ବର୍ଷ ହୁଣ୍ଡି ଦାନ ଅର୍ଥ କମ୍ ଥିଲା। ଯାହା ସନ୍ଦେହ ବଢ଼ାଇଥିଲା। ଏନେଇ ମନ୍ଦିର ପ୍ରଶାସନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଆଉ ଶେଷରେ ଲୁଟେରା ବସନ୍ତ ଗଉଡକୁ ପୁଲିସ ଗିରଫ କରିଥିଲା।



from Odisha Reporter https://ift.tt/2TGqc7s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages