ଛତିଶଗଡ଼ରେ ନକ୍ସଲ ହମଲା, ଜଣେ ଯବାନ ସହିଦ, ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଛତିଶଗଡ଼ରେ ନକ୍ସଲ ହମଲା, ଜଣେ ଯବାନ ସହିଦ, ୫ ଗୁରୁତର

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ା ଜିଲ୍ଲାରେ ଆଜି ମାଓବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଅରନପୁରାରେ ଚାଲିଥିବା ରାସ୍ତା କାମ ପାଇଁ ଆଜି ୨୩୧ ବାଟାଲିୟନର ସିଆରପିଏଫ୍‌ ଯବାନମାନେ ଏକ କନଭୟରେ ଯାଉଥିଲେ।ଏହି ସମୟରେ ରାଜ୍ୟ ପୁଲିସ୍‌ର ୟୁନିଟ୍‌ ମଧ୍ୟ ରହିଥିଲା। ତେବେ କୋଣ୍ଡାପରା ଓ କମଲପୁର ଗାଁ ମଧ୍ୟରେ ଥିବା ଜଙ୍ଗଲ ନିକଟରେ ହିଁ  ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ି ନିକଟରେ ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ।

ଏହାପରେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଅପରାହ୍ନ ୪.୩୦ରେ ସିଆରପିଏଫ୍‌ର କମଲ ପୋଷ୍ଟ ନିକଟରେ ଏଭଳି ହମ୍‌ଲା ହୋଇଛି। ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି।

ଏହି ହମ୍‌ଲାରେ ସିଆରପିଏଫ୍‌ର ଜଣେ ହେଡ୍‌ କନଷ୍ଟେବଲ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି।   ଆହତମାନଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ୍‌କୁ ସ୍ଥାନନ୍ତର କରାଯାଇଛି।



from Odisha Reporter https://ift.tt/2O93RJG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages