‘ଭାରତ ମାତାକୀ ଜୟ’ରେ ଅଭିନନ୍ଦନଙ୍କୁ ସ୍ୱାଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

‘ଭାରତ ମାତାକୀ ଜୟ’ରେ ଅଭିନନ୍ଦନଙ୍କୁ ସ୍ୱାଗତ

ନୂଆଦିଲ୍ଲୀ: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ୱାଘା- ଅଟ୍ଟାରି ସୀମା ଦେଇ ଭାରତ ମାଟିରେ ପାଦ ଥାପିଛନ୍ତି ପାକିସ୍ତାନ ଗିରଫ କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ତାଙ୍କୁ ପାକିସ୍ତାନ ସେନା କଡ଼ା ସୁରକ୍ଷା ମଧ୍ୟରେ ୱାଘା ସୀମାକୁ ଆଣିଥିଲା। ଶେଷ ଖବର ସୁଦ୍ଧା ପାକିସ୍ତାନ ଚେକ୍‌ପୋଷ୍ଟରେ ପାକ୍‌ ରେଞ୍ଜର୍ସ ଆବଶ୍ୟକୀୟ କାଗଜ ପତ୍ର କାମ ଚାଲୁ ରଖିଛନ୍ତି। ଏହା ସରିବା ପରେ ଅଭିନନ୍ଦନଙ୍କୁ ଭାରତୀୟ ହାଇ କମିଶନ୍‌ଙ୍କ ଉପସ୍ଥିତିରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ହାତରେ ହସ୍ତାନ୍ତର କରାଯିବ। ଅନ୍ୟ ପକ୍ଷରେ ଅଭିନନ୍ଦନଙ୍କ ବାପାମା’ ମଧ୍ୟ ଏହି ସ୍ଥାନରେ ପହଞ୍ଚିଛନ୍ତି।

ବିଶେଷ ସୂତ୍ରରୁ ଜଣାଯାଇଛି, ତାଙ୍କୁ ବର୍ତ୍ତମାନ ସାଧାରଣ ଭାରତୀୟ ନାଗରିକ ଭାବରେ ବିଚାର କରାଯାଉଥିବାରୁ, ସେ ଭାରତ ସୀମାକୁ ପ୍ରବେଶ କରିବା ପୂର୍ବରୁ ଇମିଗ୍ରେସନ୍‌ ପ୍ରକ୍ରିୟା ପୂରଣ କରାଯାଇଛି। ସେ ୱାଘା ସୀମା ଦେଇ ଭାରତ ସୀମାରେ ପ୍ରବେଶ କରିବା ପାଇଁ ତାଙ୍କୁ ଏକ ପୃଷ୍ଠାର ଭିସା ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।

ଅଭିନନ୍ଦନ ଭାରତ ମାଟିରେ ପାଦ ଥାପିବା ଆଗରୁ ତାଙ୍କୁ ସ୍ୱାଗତ କରିବା ପାଇଁ ତ୍ରିରଙ୍ଗା ଏବଂ ବାଜା ସହ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଶହ ଶହ ଲୋକ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍‌’ ଆଦି ଧ୍ୱନି ଦେଉଛନ୍ତି। ନିଜ ଦେଶର ବୀର ପାଇଲଟ ଅଭିନନ୍ଦନଙ୍କ ପାଇଁ ସାରା ଦେଶ ଏକାଠି ହୋଇ ଗର୍ବର ସହିତ ତାଙ୍କୁ ସଲାମ ଜଣାଉଛନ୍ତି।

ସୂଚନାଯୋଗ୍ୟ ଯେ, ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେବା ପାଇଁ ବାଲାକୋଟ୍‌ଠାରେ ଥିବା ଜୈଶ୍‌-ଏ-ମହମ୍ମଦ ଆତଙ୍କୀଙ୍କ କ୍ୟାମ୍ପ ଉପରେ ଭାରତ ଆକାଶ ମାର୍ଗରୁ ଆକ୍ରମଣ କରି ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଦୁଇ ଦେଶ ଉଗ୍ର ସ୍ଥିତିରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାକୁ ନେଇ ତାଙ୍କ ଦେଶରେ ସମାଲୋଚିତ ହେବା ପରେ ପାକ୍‌ ସେନା ଭାରତୀୟ ମିଲିଟାରୀ ବେସ୍‌କୁ ଟାର୍ଗେଟ୍‌ କରିବା ପାଇଁ ୨୪ଟି ଯୁଦ୍ଧ ବିମାନ ପଠାଇଥିଲା।

ଭାରତୀୟ ବାୟୁସେନା ଏହାର କଡ଼ା ମୁକାବିଲା କରିବାରୁ ପାକିସ୍ତାନର ଯୁଦ୍ଧବିମାନ ଛତ୍ରଭଙ୍ଗ ଦେଇଥିଲେ। ପାକିସ୍ତାନର ଏକ ଏଫ୍‌-୧୬ ବିମାନକୁ ମଧ୍ୟ ଖସାଇ ଦିଆଯାଇ ଥିଲା। ତେବେ ପାକ ଯୁଦ୍ଧବିମାନ ଗୁଡ଼ିକୁ ପାକିସ୍ତାନ ସୀମା ପାର କରାଇ ଦେଇଥିବା ବୀର ପାଇଲଟ୍‌ ଅଭିନନ୍ଦନ ଦୁର୍ଭାଗ୍ୟବଶତଃ ସୀମା ସେପଟେ ଖସି ପଡ଼ିବାରୁ ସେମାନେ ଗିରଫ କରିନେଇଥିଲେ।

ଯେତେବେଳେ ସେ ପାରାଚୁଟ ସାହାଯ୍ୟରେ ତଳକୁ ଆସିଥିଲେ ସେତେବେଳେ ଅଭିନନ୍ଦନ ଜାଣିନଥିଲେ ସେ ସୀମାର କେଉଁପଟେ ଅଛନ୍ତି। ତାଙ୍କୁ ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ ଓ ସେ ଭାରତୀୟ ବୋଲି ଜାଣିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ ମଧ୍ୟ ସଚ୍ଚା ସୈନିକର ପରିଚୟ ଦେଇ ସେମାନଙ୍କ ଉପରକୁ ଗୁଳି ଚଳାଇ ନଥିଲେ।

ଅଭିନନ୍ଦନଙ୍କୁ ପାକଁ ସେନା ଗିରଫ କରିଥିଲେ ମଧ୍ୟ ଅନ୍ତର୍ଜାତୀୟ ଚାପର ସାମ୍ନା କରିନପାରି ଇମ୍ରାନ ଖାନଙ୍କ ପାକିସ୍ତାନ ସରକାର ଶେଷରେ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ମୁକ୍ତି ବାବଦରେ ଇମ୍ରାନ ନିଜେ ସଂସଦରେ ମତ ରଖି କହିଥିଲେ, ଶାନ୍ତି ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବିଭିନ୍ନ ଘଟଣାରେ ଚାଲାକି ଦେଖାଇ ସାରିଥିବା ପାକିସ୍ତାନ ଏହି ଘଟଣାରେ ଯେପରି ମୂଲଚାଲ ନକରେ, ସେନେଇ କଡ଼ା ମତ ରଖିଥିଲା ଭାରତ।



from Odisha Reporter https://ift.tt/2UfmQof

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages