ଶନିବାରଠାରୁ ଦିନିକିଆ ସିରିଜ: ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଅନ୍ତିମ ରିହର୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଶନିବାରଠାରୁ ଦିନିକିଆ ସିରିଜ: ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଅନ୍ତିମ ରିହର୍ସଲ

ହାଇଦ୍ରାଦାବ: ଟି-୨୦ ସିରିଜକୁ ଅଷ୍ଟ୍ରେଲିଆ କ୍ଲିନସ୍ୱିପ୍ କରିବାପରେ ଟିମ୍ ଇଣ୍ଡିଆ ଆସନ୍ତାକାଲିଠାରୁ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ। ବିଶ୍ୱକପ୍ ପୂର୍ବରୁ ଭାରତର ଏହା ଶେଷ ଦିନିକିଆ ସିରିଜ୍। ଏହି ସିରିଜରେ ପ୍ରଦର୍ଶନ ଆଧାରରେ ହିଁ ଭାରତର ବିଶ୍ୱକପ୍ ଦଳ ବଛାଯିବ।  
 
ଟି-୨୦ ସିରିଜ୍ ହାରିବା ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ସେତେଟା ବ୍ୟଥିତ କରିନାହିଁ। ବେଙ୍ଗାଲୁରୁ ମ୍ୟାଚ୍ ହାରିବା ପରେ କୋହଲି କହିଥିଲେ, କେବଳ ଭାରତ ନୁହେଁ, ପ୍ରତି ଟିମ୍ ବିଶ୍ୱକପ୍ ପୂର୍ବରୁ ନିଜକୁ ଉନ୍ନତ ଭାବେ ପ୍ରସ୍ତୁତ କରିବାକୁ ଚାହିଁବେ ଏବଂ ଆମେ ମଧ୍ୟ ଏହି ଦୌଡ଼ରେ ଅଛୁ। ଚଳିତ ସିରିଜରେ ଆମେ ଅତିକମରେ ୪ଜଣ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଦୃଷ୍ଟି  ରଖିବୁ ଏବଂ ଏମାନଙ୍କ ମଧ୍ୟରୁ ଯିଏ ଭଲ ପ୍ରଦର୍ଶନ କରିବେ, ସେ ବିଶ୍ୱକପ୍ ଟିମରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହେବେ। 
 
ଲୋକେଶ ରାହୁଲ, ରିଷଭ ପନ୍ତ, ବିଜୟ ଶଙ୍କର ଓ ସିଦ୍ଧାର୍ଥ କୌଲଙ୍କ ମଧ୍ୟରୁ ଦୁଇଜଣ ବିଶ୍ୱକପ୍ ଟିମରେ ସ୍ଥାନ ପାଇବାର ସମ୍ଭାବନା ଅଛି। ତେବେ ସେହି ଦୁଇଜଣ କିଏ, ତାହା ସିରିଜରେ ପ୍ରଦର୍ଶନ ଆଧାରରେ ନିର୍ଦ୍ଧାରିତ ହେବ। ଦିନିକିଆ ଟିମରୁ ବାଦ୍ ପଡ଼ିଥିବା ଦିନେଶ କାର୍ତ୍ତିକ ମଧ୍ୟ ଏହି ଦୌଡ଼ରୁ ବାଦ୍ ପଡିନାହାନ୍ତି। କିନ୍ତୁ ଏହି ଚାରିଜଣ ଖେଳାଳି ପାଇଁ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ କୌଣସି ପରୀକ୍ଷାଠାରୁ କମ୍ ନୁହେଁ, କାରଣ ଅନ୍ତିମ ଏକାଦଶରେ ସ୍ଥାନ ପାଇବା ପାଇଁ ସମସ୍ତେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହିଁବେ। 
 
ରାହୁଲ ଦୁଇଟି ଟି-୨୦ରେ ଯଥାକ୍ରମେ ୫୦ ଓ ୪୭ ରନର ଭଲ ଇନିଂସ୍ ଖେଳିଥିଲେ। ଏହି ପ୍ରଦର୍ଶନ କାରଣରୁ ରାହୁଲଙ୍କ ଶୀର୍ଷକ୍ରମରେ ସୁଯୋଗ ମିଳିପାରେ। ରାହୁଲ ରିଜର୍ଭ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ମଧ୍ୟ ଟିମରେ ନିଜ ସ୍ଥାନ ପକ୍କା କରିବାକୁ ଚାହିଁବେ। ରୋହିତ ଶର୍ମା ନିରନ୍ତର ଭଲ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ସାଥୀ ଶିଖର ଧୱନଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ।
ଯଦି ଧୱନ ସ୍ଥିର ପ୍ରଦର୍ଶନ ନଦିଅନ୍ତି, ତାହେଲେ ରାହୁଲ ଓପ୍ନର୍ ଭାବେ ଟିମରେ ନିଜ ସ୍ଥାନ ପକ୍କା କରିପାରନ୍ତି। ତେବେ ସମସ୍ତଙ୍କ ନଜର ରିଷଭ ପନ୍ତଙ୍କ ଉପରେ ରହିବ, କାରଣ ସେ ଛୋଟିଆ ଫର୍ମାଟରେ ଭଲ  ପ୍ରଦର୍ଶନ କରିପାରୁନାହାନ୍ତି। କିନ୍ତୁ ତାଙ୍କ ପ୍ରତିଭା ଏବଂ ଏକାକୀ ମ୍ୟାଚ୍ ଜିତାଇବାର ଦକ୍ଷତାକୁ ଦେଖି ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଆଉ କିଛି ମ୍ୟାଚରେ ସୁଯୋଗ ଦେବାକୁ ଚାହିଁବ।
 
ବିଜୟ ଶଙ୍କର ବୋଲିଂରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ କାରଣରୁ ସେ ଦ୍ୱିତୀୟ ଅଲରାଉଣ୍ଡର ଭାବେ ଭାରତର ପ୍ରଥମ ପସନ୍ଦ। ସିଦ୍ଧାର୍ଥ କୌଲ ରିଜର୍ଭ ପେସ୍ ବୋଲର ଭାବେ ଟିମରେ ସ୍ଥାନ ପାଇପାରନ୍ତି, କାରଣ ଟିମ୍ ମ୍ୟାନେଜମେଣ୍ଟ ଖଲିଲ ଅହମ୍ମଦଙ୍କୁ ସୁଯୋଗ ଦେଇଥିଲେ ହେଁ ତାଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ହୋଇନାହିଁ। ଦୁଇ ପେସର ମହମ୍ମଦ ସାମି ଓ ଜସପ୍ରୀତ ବୁମ୍ରା ପ୍ରଥମ ପସନ୍ଦ ହୋଇ ରହିଛନ୍ତି। ତେବେ ତୃତୀୟ ପେସର ଭାବେ ସିଦ୍ଧାର୍ଥଙ୍କୁ ସୁଯୋଗ ମିଳିପାରେ। କିନ୍ତୁ ଅଧିନାୟକ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ଟିମରେ  ବିଶେଷ ଅଦଳବଦଳ କରିବାକୁ ଚାହିଁବେ ନାହିଁ। 
 
ଟି-୨୦ ସିରିଜରୁ ବାଦ୍ ପଡ଼ିଥିବା ଅମ୍ବାତି ରାୟୁଡୁ, ଅଭିଜ୍ଞ କେଦାର ଯାଦବ ଓ ସାମି ଦିନିକିଆ ଟିମକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଏବଂ ତାଙ୍କ ଖେଳାଳିଙ୍କ ପାଇଁ ଦିନିକିଆ ସିରିଜ୍ ସମ୍ପୂର୍ଣ୍ଣ ଭିନ୍ନ ହେବ, କାରଣ ଟି-୨୦ ସିରିଜରେ କିଛି ବି ପୂର୍ବ ଆକଳନ କରାଯାଇନଥାଏ। ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଯୋଡ଼ି ମଝି ଓଭରଗୁଡ଼ିକରେ ରନ୍ ରେଟ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରିବେ।
ଚତୁର ସ୍ପିନର କେଦାର ଯାଦବଙ୍କୁ ସାମ୍ନା କରିବାରେ ଗ୍ଲେନ୍ ମ୍ୟାକ୍ସୱେଲ, ଡାର୍ସି ଶର୍ଟ, ମାର୍କସ୍ ଷ୍ଟୋଇନିସ୍ ଓ ଶନ୍ ମାର୍ଶଙ୍କୁ ଅସୁବିଧା ହୋଇପାରେ। ସିରିଜରେ ଭାରତର ସ୍ଥିତିକୁ ଦେଖି ବୁମ୍ରାଙ୍କୁ ଗୋଟିଏ କିମ୍ବା ଦୁଇଟି ମ୍ୟାଚରୁ ବିଶ୍ରାମ ଦିଆଯାଇପାରେ, କାରଣ ସେ ହିଁ ଇଂଲଣ୍ଡରେ ଭାରତର ମୁଖ୍ୟ ପେସ୍ ବୋଲର ହେବେ।
 
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟିମ୍ ଟି-୨୦ ଲୟକୁ ଜାରି ରଖିବାକୁ ଚାହିଁବ। ନେଥନ ଲିଅନ୍ ଓ ଆଡାମ ଜାମ୍ପାଙ୍କ ଉପସ୍ଥିତି ଟିମର ସ୍ପିନ ବିଭାଗକୁ ମଜଭୁତ କରିବ। ଆହତ ପେସ୍ ବୋଲର କେନ୍ ରିଚାର୍ଡସନଙ୍କ ସ୍ଥାନରେ ସାମିଲ୍ ହୋଇଥିବା ଆଣ୍ଡ୍ର‌୍ୟୁ ଟାଇ ନିଜର ଆଇପିଏଲ୍ ଅଭିଜ୍ଞତାର ଫାଇଦା ଉଠାଇବାକୁ ଚାହିଁବେ। ଟି-୨୦ ସିରିଜରେ ହିରୋ ସାଜିଥିବା ମ୍ୟାକ୍ସୱେଲଙ୍କ ଉପରେ ଦଳ ଅଧିକ ନିର୍ଭର କରିବ। ଏହାବାଦ୍ ଫିଞ୍ଚ୍ ଓ ଉସମାନ ଖ୍ୱାଜା ମଧ୍ୟ ନିଜ ଅଭିଜ୍ଞତାର ଫାଇଦା ଉଠାଇ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇବାକୁ ଚାହିଁବେ ।
 
ସମ୍ଭାବ୍ୟ ଦଳ
 
ଭାରତ: ରୋହିତ ଶର୍ମା, ଶିଖର ଧୱନ୍, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ/ଅମ୍ବାତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି/ ରିଷଭ ପନ୍ତ, ବିଜୟ ଶଙ୍କର, କୁଲଦୀପ ଯାଦବ, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ ଓ ଜସପ୍ରୀତ ବୁମ୍ରା ।
 
ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ, ଉସମାନ ଖ୍ୱାଜା, ପିଟର ହ୍ୟାଣ୍ଡସ୍କମ୍ବ, ମାର୍କସ୍ ଷ୍ଟୋଇନିସ, ଗ୍ଲେନ୍ ମ୍ୟାକ୍ସୱେଲ, ଆଷ୍ଟନ ଟର୍ଣ୍ଣର, ଆଲେକ୍ସ କ୍ୟାରେ, ଆଡାମ ଜାମ୍ପା, ପ୍ୟାଟ୍ କମିନ୍ସ, ଜେସନ୍ ବେହେରନଡର୍ଫ, ଝାଇ ରିଚାର୍ଡସନ୍।


from Odisha Reporter https://ift.tt/2EE5fkl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages