
କୋଲକାତା: କୋଲକାତାରେ ଏକ କ୍ରିକେଟ ମଇଦାନରେ ଅଭ୍ୟାସ କରୁଥିବା ବେଳେ ଜଣେ ଯୁବ କ୍ରିକେଟରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ବେଙ୍ଗଲ କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ବାଟା କ୍ଲବ୍ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଡିଭିଜନ୍ ଲିଗରେ ବାଲିଗୁଙ୍ଗେ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଖେଳୁଥିବା ୨୨ ବର୍ଷୀୟ ସୋନୁ ଯାଦବ ବୁଧବାର ଗ୍ରାଉଣ୍ଡରେ ଅଭ୍ୟାସ କରୁଥିଲା ବେଳେ ହଠାତ୍ ଅଚେତ ହୋଇ ପଡ଼ିଥିଲେ।
ସାଥୀ ଖେଳାଳି ସୋନୁଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏ ନେଇ ବାଲିଗୁଙ୍ଗେ ସ୍ପୋର୍ଟିଂ କ୍ଲବର ଅଫିସିଆଲ ଶ୍ୟାମଲାଲ ବାନାର୍ଜୀ କହିଛନ୍ତି, ସୋନୁ ଆମ ଗହଣରେ ଆଉ ନଥିବା ବିଶ୍ୱାସ କରିପାରୁନୁ। ସୋନୁ ଜଣେ ପ୍ରତିଭାଶାଳୀ କ୍ରିକେଟର ଥିଲେ। ତାଙ୍କ ପରଲୋକ କ୍ଲବ୍ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ପରିବାରପ୍ରତି ମୁଁ ମୋର ସମବେଦନା ଜ୍ଞାପନ କରୁଛି। ସୂଚନାଯୋଗ୍ୟ, ଗତ ଜାନୁଆରୀରେ ବେଙ୍ଗଲ ଜୁନିୟର ଟିମର ଅନିକେତ ଶର୍ମା ମଧ୍ୟ ହୃଦଘାତ କାରଣରୁ କ୍ରିକେଟ ମଇଦାନରେ ମୃତ୍ୟୁବରଣ କରିଥିଲେ।
from Odisha Reporter https://ift.tt/2JpWjn6
No comments:
Post a Comment