ସ୍କୁଲ ଭିତରେ ଛାତ୍ରୀଙ୍କୁ କଟୁରି ଚୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ସ୍କୁଲ ଭିତରେ ଛାତ୍ରୀଙ୍କୁ କଟୁରି ଚୋଟ

ଆନନ୍ଦପୁର (ମୁନ୍ନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଫକୀରପୁର ସିଟି ସ୍କୁଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ଲସ ଟୁ ଦ୍ୱିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କୁ ସେହି ସ୍କୁଲରେ ପଢୁଥିବା ବଳଭଦ୍ର ଜେନା ନାମକ ଜଣେ ପିଲା କଟୁରୀରେ ଆକ୍ରମଣ କରିଛି। ଫଳରେ ଛାତ୍ରୀଙ୍କ ଗୋଡ଼ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଛାତ୍ରୀଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପକ୍ଷରେ ଆକ୍ରମଣ କରିବା ପରେ ବଳଭଦ୍ର ସ୍କୁଲର ଏକ ଶ୍ରେଣୀଗୃହରେ ପଶି ଭିତରୁ କବାଟ ବନ୍ଦ କରିଦେଇଥିଲା। ଆନନ୍ଦପୁର ପୁଲିସ ସ୍କୁଲରେ ପହଞ୍ଚି ତାକୁ ଆତ୍ମସମର୍ପଣ କରିବା ପାଇଁ କହିଥିଲା। ମାତ୍ର ଛାତ୍ର ଜଣକ ରାଜି ହୋଇନଥିଲା। ଦୁଇ ଘଣ୍ଟା କାଳ ବୁଝାଶୁଝା କରିବା ପରେ ବଳଭଦ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ପୁଲିସ ତାକୁ ମେଡିକାଲ୍‌ରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ୟକ୍ତଗତ ସମ୍ପର୍କରେ ତିକ୍ତତା ଆସିବାରୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।



from Odisha Reporter https://ift.tt/2ETbEaw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages