ନବୀନଙ୍କ ଦମ୍ଭୋକ୍ତି : ସମସ୍ତଙ୍କୁ ମ୍ୟାନେଜ କରିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ନବୀନଙ୍କ ଦମ୍ଭୋକ୍ତି : ସମସ୍ତଙ୍କୁ ମ୍ୟାନେଜ କରିବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ବିଗୁଲ୍ ବାଜି ସାରିଥିବାବେଳେ ଏବେ ନେତାଙ୍କ ଦଳଡ଼ିଆଁ ପ୍ରକ୍ରିୟା ଜୋର୍ ଧରିଛି। ତେବେ ବିଜେଡିରେ ଯେତେ ନେତା ଓ ପ୍ରଶାସକ ମିଶିଲେ ବି ସମସ୍ତଙ୍କୁ ଦଳ ସଠିକ୍ ଭାବେ ମ୍ୟାନେଜ୍ କରିପାରିବ ବୋଲି ସଙ୍କେତ ଦେଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନେଇ ମଧ୍ୟ ସ୍ପଷ୍ଟ ମତ ରଖିଛନ୍ତି।

ବିଜେଡିରେ ଚାଲିଥିବା ମିଶ୍ରଣ ପର୍ବ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ‘ଉଇ ୱିଲ୍ ମ୍ୟାନେଜ୍ ୱେଲ୍’। ସେହିପରି ଦଳର ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ସେ କହିଛନ୍ତି ଯେ, ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓ ନିର୍ବାଚନରେ ବିଜେଡି ବହୁତ ଭଲ କରିବ। ଖୁବଶୀଘ୍ର ସମ୍ଭାବ୍ୟ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ବିଗୁଲ୍ ବାଜିବାର ପ୍ରାୟ ୩ମାସ ପୂର୍ବରୁ ରାଜ୍ୟବ୍ୟାପୀ ବିଭିନ୍ନ ଦଳର ନେତାମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ବିଜେଡିରେ ସାମିଲ କରାଇ ନିଜର କଳେବର ବୃଦ୍ଧି କରୁଥିବା ବେଳେ ସେମାନଙ୍କୁ କିଭଳି ଥଇଥାନ କରିବ ତାକୁ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଠିଲାଣି। ଏପରିକି ଦଳରେ ଦୀର୍ଘବର୍ଷ ଧରି ପଡ଼ି ରହିଥିବା ନେତାମାନଙ୍କୁ ଅଣଦେଖା କରାଯାଇ ଦଳଡ଼ିଆଁଙ୍କୁ ଗୁରୁତ୍ୱ ଦିଆଯାଉଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଯାହାର ପ୍ରଭାବ ଚଳିତ ନିର୍ବାଚନରେ ପଡ଼ିବାର ଆଶଙ୍କା ରହିଛି।



from Odisha Reporter https://ift.tt/2NWUA7J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages