ଜାଲରେ ପଡ଼ିଲା ଘୁଙ୍ଗୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଜାଲରେ ପଡ଼ିଲା ଘୁଙ୍ଗୁର

ପାରାଦୀପ (ରମାକାନ୍ତ ନାୟକ): ପୁଲିସର ନିଦ ହଜାଇଥିବା ଘୁଙ୍ଗୁର ଆଜି ଜାଲରେ ପଡ଼ିଛି। ଗତକାଲି ରାତିରେ ସାଥୀମାନଙ୍କ ସହ ବସି ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଛି। ମାତ୍ର ଅନ୍ଧାରର ସୁଯୋଗ ନେଇ ଘୁଙ୍ଗୁରର ଅନ୍ୟ ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପାରାଦୀପ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଗତକାଲି ବିଳମ୍ୱିତ ରାତିରେ ପାରାଦୀପ ଥାନା ଭୀମଭୋଇ କଲୋନୀ ନିକଟସ୍ଥ ଡମ୍ପିଂୱାର୍ଡ଼ ପାର୍ଶ୍ୱରେ ବସି କୁଖ୍ୟାତ ଡକାୟତ ଘୁଙ୍ଗୁର ଓରଫ ପ୍ରଦୀପ କୁମାର ବେହେରା ଡକାୟତି ଯୋଜନା କରୁଥିଲା। ଏ ସମ୍ପର୍କରେ ପାରାଦୀପ ପୁଲିସ ଜାଣିପାରି ଅଚାନକ ଚଢ଼ଉ କରି ଘୁଙ୍ଗୁର ଓ ତାର ୩ ସହଯୋଗୀଙ୍କ ଗିରଫ କରିଥିଲା। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ତିର୍ତ୍ତୋଲ ଥାନା କୁଟିଲ ଗାଁଦୟାଲପୁର ଗ୍ରାମର ପିଣ୍ଟୁ ଓରଫ ପ୍ୟାରୀ ମୋହନ ଦାସ, ପାରାଦୀପ ଥାନା ବିଜୟଚନ୍ଦ୍ରପୁର ଗାଁର କଚି ମାଇଟି ଓ ତିର୍ତ୍ତୋ ଥାନା ମୁଳିସିଂହ ଗାଁର ଚିତ୍ତରଞ୍ଜନ ସାହୁ। ପୁଲିସ ଏମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ୩ଟା ଜୀବନ୍ତ ଗୁଳି, ବିଲ୍‌ ହୁକ୍‌(ହଂସୁଆ କଟୁରି), ଚାପଡ଼, ଲୁହା ପାଇପ ଆଦି ଜବତ କରିଥିଲା।

ଘୁଙ୍ଗୁର ନାଁରେ ୫୦ରୁ ଅଧିକ ମାମଲା ରହିଛି। ଏହାଛଡ଼ା ୮ଟି ୱାରେଣ୍ଟ ରହିଛି। ଘୁଙ୍ଗୁରକୁ ଗିରଫ କରିବା ପାଇଁ ପୁଲିସ ବହୁ ଦିନରୁ ଚେଷ୍ଟା କରୁଥିଲା। ମାତ୍ର ଘୁଙ୍ଗୁର ପୁଲିସକୁ ଚକ୍‌ମା ଦେଇ ଚମ୍ପଟ ମାରୁଥିଲା। ମାତ୍ର ଗତକାଲି ନିଶାରେ ଟଳମଳ ହେଉଥିବା ଘୁଙ୍ଗୁରକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।



from Odisha Reporter https://ift.tt/2ITDdWf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages