୮ରେ ଓଡ଼ିଶା ଆସିବେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

୮ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ସେ ଜୟପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। କିନ୍ତୁ ସେହିଦିନ ସେ ବରଗଡ଼ ଗସ୍ତ କରିବେ ନାହିଁ। ସେ ୧୩ ତାରିଖରେ ବରଗଡ଼ ଆସିବେ ବୋଲି ସ୍ଥିରୀକୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ୱତନ୍ତ୍ର ବିମାନ ଜୟପୁର ବିମାନବନ୍ଦରରେ ଅବତରଣ କରି ପାରିବ ନାହିଁ। ତେଣୁ ସେ ଭାଇଜାଗରେ ଅବତରଣ କରି ହେଲିକପ୍ଟରରେ ଜୟପୁର ଆସିବେ। ଜୟପୁରରେ କାର୍ଯ୍ୟକ୍ରମ ସରିବା ପରେ ସେ ରାୟପୁର ଫେରି ଯିବେ। ସେଠାରୁ ବରଗଡ଼ ଆସିବା ସମୟ ସାପେକ୍ଷ। ତେଣୁ ୮ ତାରିଖରେ ଦୁଇଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେବା ସମ୍ଭବପର ହେଉନାହିଁ। ସେଥିପାଇଁ ରାହୁଲ ୧୩ ତାରିଖରେ ବରଗଡ଼ ଆସିବା ନେଇ କାର୍ଯ୍ୟକ୍ରମ ପୁନଃ ସ୍ଥିରୀକୃତ ହୋଇଛି।

ଜୟପୁରରେ ରାହୁଲ ପୂର୍ବାହ୍ନରେ ପହଞ୍ଚିବା ପରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ମହିଳା ସମାବେଶରେ ଯୋଗଦେବେ। ଏହାପରେ ରାହୁଲ ଚାଷୀଙ୍କୁ ଭେଟି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ସେହିଦିନ ପୁଣି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।



from Odisha Reporter https://ift.tt/2TuLC6z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages