ବିହାର ବେଗୁସରାଇରୁ କହ୍ନେୟା କୁମାର ସିପିଆଇ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ବିହାର ବେଗୁସରାଇରୁ କହ୍ନେୟା କୁମାର ସିପିଆଇ ପ୍ରାର୍ଥୀ

ପାଟନା: ବିହାରରେ ଏନଡ଼ିଏ ଓ ଆରଜେଡ଼ି ନେତୃତ୍ବାଧୀନ ମହାମେଣ୍ଟର ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ମହାମେଣ୍ଟରେ ବିହାର ପାଇଁ ସିପିଆଇକୁ ମିଳିଥିବା ଗୋଟିଏ ଆସନ ବେଗୁସରାଇରୁ ପ୍ରାର୍ଥୀ ହେବେ କହ୍ନେୟା କୁମାର। ସିପିଆଇ ରବିବାର ଦିନ ଜେଏନୟୁର ପୂର୍ବତନ ଛାତ୍ର ସଂସଦର ସଭାପତି କହ୍ନେୟା କୁମାରଙ୍କୁ ପ୍ରାର୍ଥୀ କରୁଛି ବୋଲି ସ୍ପଷ୍ଟ କରିଛି।
 
ବେଗୁସରାଇରେ ସିପିଆଇର ପ୍ରଭାବ ରହିଛି ବୋଲି ସିପିଆଇ ନେତା ସୁରଭରମ ସୁଧାକର କହିଛନ୍ତି। ଏହି ନିର୍ବାଚନରେ କହ୍ନେୟା ଜିତିବେ ବୋଲି ଦଳ ଦାବି କରିଛି। ବିଜେପି ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ପ୍ରାର୍ଥୀ କରିଛି ।
 
ଶନିବାର ଦିନ ମହାମେଣ୍ଟ ଆସନ ତାଲିକା ଘୋଷଣା କରିଥିଲା। ଆରଜେଡି ୨୦ଟି ଆସନରୁ, କଂଗ୍ରେସ ୯ଟି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀଙ୍କ ହାମ ୩ଟି, ଆରଏସଏସପି ୫ଟି, ଭିଆଇପି ୩ଟି, ସିପିଆଇ ଗୋଟିଏ (ବେଗୁସରାଇ) ଆସନରୁ ପ୍ରାର୍ଥୀ ଦେବ ବୋଲି ଘୋଷଣା ହୋଇଛି।
 
ଗତ ସାଧାରଣ ନିର୍ବାଚନରେ ଆରଜେଡି ୪ଟି, କଂଗ୍ରେସ ୨ଟି, ଜେଡିୟୁ ୨ଟି ଏବଂ ବିଜେପି ନେତୃତ୍ବାଧୀନ ଏନଡ଼ିଏ ୩୧ଟି ଆସନ ଜିତିଥିଲେ।


from Odisha Reporter https://ift.tt/2usZDUu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages