
ଯାଜପୁର( ଗୁଲାମ ଗସ୍) ଏମିତି ବି ଆସେ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟର ରାଜପଥ ଜରକା ନିକଟରେ କଣ୍ଟେନର ଗାଡି ଚାପାରେ ବାଇକ ଆରୋହୀ ମୃତ୍ୟୁ ଘଟିଛି । ମୃତକ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ଦେବ ପ୍ରସାଦ ନାୟକ। ସେ ବାଇକ୍ରେ ଚଣ୍ଡିଖୋଲ ଆଡ଼କୁ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରେ ପଡିଯାଇଥିଲେ।
ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ କଣ୍ଟେନର ଗାଡି ତାଙ୍କ ଉପରେ ମାଡିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଧର୍ମଶାଳା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା କଣ୍ଟେନର ଗାଡିକୁ ଅଟକାଇ ଡ୍ରାଇଭରଙ୍କୁ ଅଟକ ରଖିଛି ।
from Odisha Reporter https://ift.tt/2HDoIEL
No comments:
Post a Comment