ମହାରାଷ୍ଟ୍ରରେ ୬ ସାଂସଦଙ୍କ ଟିକେଟ କାଟିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ମହାରାଷ୍ଟ୍ରରେ ୬ ସାଂସଦଙ୍କ ଟିକେଟ କାଟିଲା ବିଜେପି

ମୁମ୍ବାଇ: ରାଜ୍ୟରେ ସରକାର ଥିଲେ ମଧ୍ୟ ସରକାରୀ ବିରୋଧୀ ହାୱାର ପ୍ରଭାବ ଆକଳନ କରି ବିଜେପି ୬ ସାଂସଦଙ୍କ ଟିକେଟ କାଟିଦେଇଛି। ପୁଣେ ସାଂସଦ ଅନୀଲ ଶିରୋଲଙ୍କ ସ୍ଥାନରେ ମହାରାଷ୍ଟ୍ରର ମନ୍ତ୍ରୀ ଗିରିଶ ବାପଟ ନିର୍ବାଚନ ଲଢ଼ିବେ ବୋଲି ବିଜେପି ସ୍ଥିର କରିଛି। ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମେଣ୍ଟ ହୋଇଥିବାରୁ ବାପଟ ହିଁ ମେଣ୍ଟକୁ ଚେକମେଟ ଦେଇପାରିବେ ବୋଲି ବିଜେପି ଆଶା ରଖିଛି।

ତେବେ ଗତ ୨୦୧୪ ସାଧାରଣ ନିର୍ବାଚନରେ ଗିରିଶ ପୁଣେରୁ ସାଂସଦ ପ୍ରାର୍ଥୀ ହେବେ ବୋଲି ଆଶା ରଖିଥିଲେ କିନ୍ତୁ ସେହି ସ୍ଥାନରେ ଅନୀଲ ଶିରୋଲଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏହାପରେ ଗିରିଶ କଶବା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି। ତେବେ ପୁଣେରୁ କଂଗ୍ରେସର କିଏ ପ୍ରାର୍ଥୀ ହେବ ସେ ନେଇ ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି। ମେଣ୍ଟରେ ଏହି ଆସନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଥିବାରୁ ନିଷ୍ପତ୍ତି ହୋଇପାରିନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ ଛତିଶଗଡ଼ ଓ ଝାରଖଣ୍ଡରେ ଯେଉଁ ରଣନୀତି ବିଜେପି ଗ୍ରହଣ କରିଥିଲା, ତା’କୁ ମହାରାଷ୍ଟ୍ରରେ ସାଂସଦ ପ୍ରାର୍ଥୀ ଚୟନ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିଛି। କ୍ଷମତା ବିରୋଧୀ ହାୱା ଏବଂ ବିଧାନସଭା ନିର୍ବାଚନରେ ବିଜେପିକୁ ଲୋକ ପ୍ରତ୍ୟାଖାନ କରିବା ପରେ ଛତିଶଗଡ଼ରେ ସମସ୍ତ ସାଂସଦଙ୍କ ଟିକେଟ କାଟି ବିଜେପି ନୂଆ ମୁହଁକୁ ଭରସା କରିଛି। ତେବେ ବିଭିନ୍ନ ସ୍ଥାନରେ ସାଂସଦଙ୍କ ଟିକେଟ କାଟିବା ପରେ ଦଳରେ ଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/2TRuSHZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages