ଆଜଲାନ ଶାହ କପ୍ ହକି: ମନପ୍ରୀତଙ୍କୁ ନେତୃତ୍ୱ, ଭାରତୀୟ ଦଳରେ ୩ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଆଜଲାନ ଶାହ କପ୍ ହକି: ମନପ୍ରୀତଙ୍କୁ ନେତୃତ୍ୱ, ଭାରତୀୟ ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ: ମାର୍ଚ୍ଚ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ମ୍ୟାଲେସିଆରେ ହେବାକୁଥିବା ୨୮ତମ ସୁଲତାନ ଆଜଲାନ୍ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ବୁଧବାର ୧୮ ଜଣିଆ ଭାରତୀୟ ସିନିୟର ହକି ଦଳର ଘୋଷଣା କରାଯାଇଛି । ଏହି ଦଳର ନେତୃତ୍ୱ ଭାର ମନପ୍ରୀତ ସିଂହଙ୍କ ଦିଆଯାଇଛି। ଆହତ କାରଣରୁ ଦଳର କିଛି ତାରକା ଖେଳାଳି ଏହି ସମ୍ମାନଜନକ ହକି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ମନପ୍ରୀତଙ୍କ ଡେପୁଟି ଭାବେ ଡିଫେଣ୍ଡର୍ ସୁରେନ୍ଦ୍ର କୁମାର ଟିମରେ ସ୍ଥାନ ପାଇଛନ୍ତି । ଭାରତୀୟ ଦଳରେ ତିନିଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ।

ଭାରତୀୟ ଦଳର କିଛି ଅଭିଜ୍ଞ ଫରୱାର୍ଡ ଖେଳାଳି ଯଥା ଏସ୍ ସୁନୀଲ, ଆକାଶଦୀପ ସିଂହ, ରମନଦୀପ ସିଂହ, ଲଲିତ ଉପାଧ୍ୟାୟଙ୍କ ସମେତ ଡିଫେଣ୍ଡର୍ସ ରୂପିନ୍ଦର ପାଲ୍ ସିଂହ, ହରମନପ୍ରୀତ ସିଂହ ଏବଂ ମିଡଫିଲ୍ଡର ଚିଙ୍ଗଲେସାନା ସିଂହ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ସେହିପରି ଦୁଇ ଯୁବ ତାରକା ବିଶାଲ ଅନ୍ତିଲ ଓ ପ୍ରଦୀପ ସିଂହ ମଧ୍ୟ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି ।

କିନ୍ତୁ ଏହି ୧୮ ଜଣିଆ ଦଳରେ ଅଭିଜ୍ଞ ପିଆର ଶ୍ରୀଜେଶଙ୍କ ବ୍ୟତୀତ ଅନ୍ୟତମ ଗୋଲକିପର ଭାବେ କ୍ରିଷନ୍ ବି ପାଠକ ରହିଛନ୍ତି । ଡିଫେନ୍ସରେ ଉପଅଧିନାୟକ ସୁରେନ୍ଦ୍ରଙ୍କ ବ୍ୟତୀତ ଗୁରିନ୍ଦର ସିଂହ, ବୀରେନ୍ଦ୍ର, କୋଥାଜିତ୍ ସିଂହ ଖାଡାଙ୍ଗବାମ୍ ଏବଂ ଦୁଇ ଡ୍ରାଗ୍-ଫ୍ଲିକର୍ ବରୁନ୍ କୁମାର ଓ ଅମିତ୍ ରୋହିଦାସ ରହିଛନ୍ତି । ମିଡଫିଲ୍ଡରେ ମନପ୍ରୀତଙ୍କ ବ୍ୟତୀତ ସିମରିନଜିତ ସିଂହ, ଗୁରଜନ୍ତ ସିଂହ, ଶିଳାନନ୍ଦ ଲାକ୍ରା ଓ ସୁମିତ୍ କୁମାର ସ୍ଥାନ ପାଇଛନ୍ତି ।

ହକି ଇଣ୍ଡିଆର ହାଇ ପରଫରମାନ୍ସ ଡିରେକ୍ଟର ଡେଭିଡ୍ ଜନ୍ କହିଛନ୍ତି, ଆହତ କାରଣରୁ କିଛି ପ୍ରମୁଖ ଖେଳାଳିଙ୍କ ବାଦ୍ ପଡ଼ିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଏହି ଟୁର୍ଣ୍ଣାମେଣ୍ଟଠାରୁ ଆମ ପାଇଁ ଏଫ୍ଆଇଏଚ୍ ୱାର୍ଲ୍ଡ ସିରିଜ ଫାଇନାଲ୍ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ସିରିଜ୍ ପାଇଁ ଖେଳାଳିମାନଙ୍କୁ ଶତପ୍ରତିଶତ ଫିଟ୍ ରହିବା ନିହାତି ଆବଶ୍ୟକ। ଦଳରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଯୁବ ଖେଳାଳିମାନଙ୍କ ପାଇଁ ଏହି ସିରିଜ୍ ଏକ ପରୀକ୍ଷା ସଦୃଶ ହେବ । ତେଣୁ ସେମାନେ ଭଲ ପ୍ରଦର୍ଶନ ଦ୍ୱାରା ଜାତୀୟ ଦଳରେ ନିଜ ନିଜର ସ୍ଥାନ ପକ୍କା କରିବାକୁ ଚାହିଁବେ ବୋଲି ଡେଭିଡ୍ କହିଛନ୍ତି ।

ସୂଚନାଯୋଗ୍ୟ, ଆଜଲାନ୍ ଶାହ କପରେ ଆୟୋଜକ ମ୍ୟାଲେସିଆ ବ୍ୟତୀତ କ୍ୟାନାଡା, କୋରିଆ, ଦକ୍ଷିଣ ଆଫ୍ରିକା ଓ ଏସିଆନ୍ ଗୋଲ୍ଡ ମେଡାଲିଷ୍ଟ ଜାପାନ ଭାଗ ନେବେ । ଭାରତ ତା’ର ଅଭିଯାନ ମାର୍ଚ୍ଚ ୨୩ ତାରିଖରେ ଜାପାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସନ୍ତା ୧୮ ତାରିଖରେ ବେଙ୍ଗାଲୁରୁରୁ ମ୍ୟାଲେସିଆର ଇପୋ ଅଭିମୁଖେ ଯାତ୍ରା କରିବ ।

ଭାରତୀୟ ଦଳ
ଗୋଲକିପର- ପିଆର ଶ୍ରୀଜେଶ, କ୍ରିଷନ୍ ବି ପାଠକ

ଡିଫେଣ୍ଡର୍ସ- ଗୁରିନ୍ଦର ସିଂହ, ସୁରେନ୍ଦ୍ର କୁମାର (ଉପଅଧିନାୟକ), ବରୁନ୍ କୁମାର, ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, କୋଥାଜିତ୍ ସିଂହ ଖାଡାଙ୍ଗବାମ୍

ମିଡଫିଲ୍ଡର୍ସ- ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ସୁମିତ୍, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ (ଅଧିନାୟକ)

ଫରୱାର୍ଡ୍ସ: ମନଦୀପ ସିଂହ, ସିମରନଜିତ୍ ସିଂହ, ଗୁରଜନ୍ତ ସିଂହ, ଶିଳାନନ୍ଦ ଲାକ୍ରା, ସୁମିତ୍ କୁମାର ।



from Odisha Reporter https://ift.tt/2ChAxfF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages